ଓଡିଶା

ଓଡିଶା ପହଞ୍ଚିଲା ଚିକୁନ

( ଭୁବନେଶ୍ୱର / ଆଦର୍ଶ ରାଉତ) ; ନିଜ ଅପହରଣର ନାଟକ ରଚିଥିବା ଚିକୁନ ଭୁବନେଶ୍ୱର ଫେରିଛି । ସାଙ୍ଗରେ ଥିବା ଝିଅ ବନ୍ଧୁ ମଧ୍ୟ ଆସିଛନ୍ତି । ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ଚିକୁନ କୁ କିଏ ଅପହରଣ କରିନେଇଥିବା ତାଙ୍କ ସ୍ତ୍ରି ଧଉଳି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ନିଜ ଅପହରଣର ନାଟକ ରଚିଥିଲେ ନିଜେ ଚିକୁନ । ପୁଲିସର ତଦନ୍ତ ପରେ ଏପରି ଏକ ତଥ୍ୟ ସାମ୍ନାକୁ ଆସିବା ପରେ ଜଣା ପଡିଥିଲା ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଥିଲା ଚିକୁନ । ଆଉ ଧରା ପଡିଲା ମଧ୍ୟପ୍ରଦେଶର କଟନି ଷ୍ଟେସନରେ । ତେବେ ଭୁବନେଶ୍ୱରରୁ ଧଉଳି ଆଇଆଇସି ଦୟାନିଧି ନାୟକଙ୍କ ନେତୃତ୍ୟରେ ଏକ ଚାରି ଜଣିଆ ଟିମ ମଧ୍ୟ ପ୍ରଦେଶରୁ ଚିକୁନ ଏବଂ ତାଙ୍କ ସାଙ୍ଗରେ ଥିବା ତାଙ୍କର ଝିଅ ବନ୍ଧୁଙ୍କୁ ଧରି ଭୁବନେଶ୍ୱରରେ ଆଜି ପହଞ୍ଚିଛନ୍ତି । ଉଭୟଙ୍କୁ ଧଉଳି ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ଚିକୁନଙ୍କ ପତ୍ନିଙ୍କୁ ମଧ୍ୟ ଥାନାକୁ ଡକା ଯାଇଛି ।

Related posts

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ବ୍ୟାରିକେଡ

mahabharatanews

ଏସଟିଏଫକୁ ବଡ ସଫଳତା; ୩ କେଜିର ବ୍ରାଉନ ସୁଗାର ଜବତ

mahabharatanews

ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର

mahabharatanews