ଭାରତ

କରୋନା ମୃତ୍ୟୁର ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: କରୋନା ମୃତ୍ୟୁରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ ଆଜିର ଶୁଣାଣି କାଳରେ କରୋନା ମୃତ୍ୟୁ, ଡେଥ ସାର୍ଟିଫିକେଟରେ ମୃତ୍ୟୁର କାରଣ ଓ କ୍ଷତିପୂରଣକୁ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଯଦି କେହି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା ମଧ୍ୟ କରିଥାନ୍ତି ମୃତ୍ୟୁର କାରଣ କରୋନା ହୋଇଥାଏ ତେବୋ ମୃତ୍ୟୁ ପ୍ରମାଣ ପତ୍ରରେ ‘କୋଭିଡ ମୃତ୍ୟୁ’ ଦର୍ଶା ଯିବ । ସଂକ୍ରମଣର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କାରଣ ଯ।।ହା ବି ହୋଇଥାଉ ତାହାକୁ କରୋନା ମୃତ୍ୟୁ କୁହାଯିବ ।
ଶୁଣ।।ଣି କାଳରେ କୋର୍ଟ କେନ୍ଦ୍ରର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଭାରତ ଭଳି ଜନବହୂଳ ଦେଶରେ ବିଭିନ୍ନ ସମସ୍ୟା ଓ ବିପରୀତ ପରିସ୍ଥିତି ସତ୍ତ୍ୱେ କୋଭିଡ କ୍ଷତିପୂରଣ ଲାଗି ସରକାରଙ୍କ ପଦକ୍ଷେପ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି, ଯାହା ଉଚ୍ଚ ପ୍ରଶଂସନୀୟ ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ମୃତ୍ୟୁ ପ୍ରମାଣପତ୍ରକୁ ନେଇ ସରକାର ପକ୍ଷରୁ କୁହାଯାଇଛି, ପୂର୍ବରର ମୃତ୍ୟୁପ୍ରମାଣ ପତ୍ରରେ ସୁଧାର କରାଯିବ ।
କୋର୍ଟରେ ସୋଲିସିଟର ଜେନେରାଲ କହିଥିଲେ, ଯଦି ମୃତ୍ୟୁ ସାର୍ଟିଫିକେଟରେ କାହାର ହୃଦଘାତ ଉଲ୍ଲେଖ ଥାଏ ତେବେ ପରିବାର ଲୋକେ ମୃତକଙ୍କ ଆରଟି-ପିସିଆର ରିପୋର୍ଟ ଦେଖାଇ ସାର୍ଟିଫିକେଟର ସଂଶୋଧନ କରିପାରିବେ। ସୋଲିସିଟର ଜେନେରାଲ କହିଥିଲେ, ମୃତକଙ୍କ ପରିବାରର କ୍ଷତିର ଆମେ ପୂରଣ କରିପାରିବା ନାହିଁ । ହେଲେ ଆମେ ସାମାନ୍ୟ ସହଯୋଗ କରିବାରିବା । ବିଶ୍ୱର କୌଣସି ଦେଶରେ ଏପର୍ୟ୍ୟନ୍ତ କୋରନା ମୃତ୍ୟୁରେ ସରକାର କ୍ଷତିପୂରଣ ଦେଇ ନଥିବା ମେହେଟ୍ଟା କହିଥିଲେ।

 

Related posts

ବିହାରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

mahabharatanews

୮୦୦ରୁ ଅଧିକ ଔଷଧ ହେବ ମହଙ୍ଗା

mahabharatanews

ଜଳମଗ୍ନ ଦିଲ୍ଲୀ: ନାହିଁ ବିଦ୍ୟୁତ, ହୋଇପାରୁନି ଯାତାୟାତ ସୁବିଧା

mahabharatanews