ଭାରତ

୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ବିରୋଧରେ ଷଷ୍ଠ ଦିନ ପାଇଁ ଆକ୍ରମଣ ଜାରି ରହିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରିସ୍ଥିତିର ସମାଧାନ ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିଲେ ବି କୌଣସି ଫଳ ମିଳିପାରିନାହିଁ । ଏହାରିମଧ୍ୟରେ ୟୁକ୍ରେନର ଖାର୍କିଭ ଏବଂ କିଭ ମଧ୍ୟରେ ଥିବା ଓ଼ଖାର୍ତିକାରର ଏକ ସୈନ୍ୟ ଅଡ୍ଡା ଉପରେ ଋଷ ସେନା ପକ୍ଷରୁ ଆକ୍ରମଣ କରାଯାଇଛି ।ଏଥିରେ ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ୬୪ କିଲୋମିଟର ଲମ୍ବା ସାମରିକ ବାହିନୀ ୟୁକ୍ରେନର ରାଜଧାନୀ କିଭ ଅଭିମୁଖେ ଯାଉଛନ୍ତି । ଏଥିରେ ସେନା ଟ୍ରକ, ସଶସ୍ତ୍ର ଯାନ, ଟ୍ୟାଙ୍କ ଓ ଶତାଧିକ ସୈନିକ ଅଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଅଷ୍ଟମ ବିମାନ ବୁଦ୍ଧାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସେହିପରି ଅପରେସନ୍ ଗଙ୍ଗା ଅଧୀନରେ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଧ୍ୟ ଭାରତରେ ପହଞ୍ଚିଛି। ସୂଚନା ଅନୁଯାୟୀ, ୧୮୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଙ୍ଗଳବାର ସକାଳେ ରୋମାନିଆରୁ ମୁମ୍ବାଇରେ ପହଞ୍ଚିଛି।

Related posts

ଚାଷୀ ଆନ୍ଦୋଳନ ଶେଷ

mahabharatanews

ଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ର

mahabharatanews

ଆଜିଠୁ ଆରମ୍ଭ ସଂସଦର ବଜେଟ ଅଧିବେଶନ 

mahabharatanews