ମୁମ୍ବାଇ: ଶୁକ୍ରବାର ସକାଳେ ଆରବ ସାଗରରେ ସୃଷ୍ଟ ଲଘୁଚାପ ବଳୟ ଘୂର୍ଣ୍ଣିବାତ୍ୟା ଶାହିନ ସନ୍ଧ୍ୟାସୁଦ୍ଧା ଆହୁରି ଘନିଭୂତ ହୋଇଛି । ତେବେ ଏହ।। ବର୍ତ୍ତମାନ ଉପକୂଳଠୁ ଦୂରେଇ ଯାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚିତ କରିଛନ୍ତି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆରବ ସାଗର ମଝାମଝି ଅଞ୍ଚଳରେ ପହଞ୍ଚିସାରିଛି । ସାଇକ୍ଲୋନିକ ଷ୍ଟର୍ମ ଶାହିନ କିଛି ସମୟ ପୂର୍ବରୁ ଓଡ଼ିଶା ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିଥିବା ସାଇକ୍ଲୋନିକ ଷ୍ଟର୍ମ ‘ଗୁଲାବ’ର ଶେଷ ଅଂଶ।
ଶାହିନ ନିଜ ପଥ ସମୁଦ୍ର ଭିତରକୁ କରିଥିବାରୁ ବର୍ତ୍ତମାନ ତଟବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ନଥିବାଆଇଏମଡି ଆକଳନ କରିଛି । ଏହା ଦକ୍ଷିଣ ପାକିସ୍ତାନର ମାକରନ ଉପକୂଳ ଆଡକୁ ମୁହାଁଇଛି। ଆଗାମୀ ୩୬ ଘଣ୍ଟାରେ ଶାହିନ ଆହୁରି ଶକ୍ତିଶାଳୀ ହୋଇ ଉପକୂଳରେ ମାଡ଼ ହେବ। ଆଇଏମଡିଙ୍କ ଅନୁସାରେ ଆଗାମା ୧୨ ଘଣ୍ଟାରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯାହା ଓମାନ ଉପସାଗରରେ ପ୍ରବେଶ କରିବା ସହ ଓମାନ ଉପକୂଳରେ ପହଞ୍ଚିବ। ତେବେ ଓମାନ ଉପକୂଳରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହେବ ବୋଲି ଆଇଏମଡି ଆକଳନ କରୁଛନ୍ତି।
