ଭାରତ

ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଚିହ୍ନଟ 

(ମୁମ୍ବାଇ) : ଲମ୍ବା ବ୍ରେକ ପରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ପୁଣି ମୁଣ୍ଡ ଉଠାଉଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି ‘ଇଜି.୫.୧’ ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଏବେ ଅଧିକାଂଶ ଏକ୍ସବିବି.୧.୧୬ ଏବଂ ଏକ୍ସବିବି.୨.୩ ମାମଲା ଚିହ୍ନଟ ହେଉଛି।

ସୂଚନାନୁଯାୟୀ , କରୋନା ସଂକ୍ରମଣ ୭୦ ଥିବାବେଳେ ଅଗଷ୍ଟ ୬ରେ ସଂକ୍ରମଣ ୧୧୫କୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏବେ ସକ୍ରିୟ ସଂକ୍ରମଣ ୪୩ ଏବଂ ପୁନେରେ ୩୪। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଶ୍ବାସଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି। ଗତ ୩-୪ ଦିନ ଧରି ସଂକ୍ରମଣ ବଢ଼ିଛି ବୋଲି ଜଣାପଡିଛି ।

Related posts

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ନୂତନ ସ୍ଥଳସେନା ମୂଖ୍ୟ

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews

ରାଜପଥର ନାମ ବଦଳି ହେଲା କର୍ତ୍ତବ୍ୟ ପଥ

mahabharatanews