ରାଜନୀତି

ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କ ଇସ୍ତଫା

ସୂର୍ୟ୍ୟକାନ୍ତ ବେହେରା/ ମାଲକାନଗିରି: ମାଲକାନଗିରି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସରେ ହଇଚଇ । ମାଲକାନଗିରି ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ ପଦାକୁ ଆଣିବାରେ ପ୍ରଦୀପ ମାଝିଙ୍କର ବଡ ଭୂମିକା ରହିଥିଲା।ସେ ଦଳ ଛାଡିବା ପରେ ଜିଲ୍ଲା କଂଗ୍ରେସର ଯୁବ ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଓ ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି
ସେହିପରି ପଡିଆ ବ୍ଲକର ବ୍ଲକ ସଭାପତି ଏମଡି ଫାରୁକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ପିସିସି କାର୍ୟ୍ୟକାରୀ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପତ୍ର ପଠାଇଦେଇଛନ୍ତି । ଗତକାଲି ପ୍ରଦେଶ କଂଗ୍ରେସ ତରଫରୁ ମାଲକାନଗିରି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାର ଯୁବ କଂଗ୍ରେସ, ବିଧାନସଭା ଯୁବ କଂଗ୍ରେସ ତଥା ବ୍ଲକ ଯୁବ କଂଗ୍ରେସକୁ ରଦ୍ଦ କରାଯାଇଥିବା ନେଇ ଚିଠି ପ୍ରକାଶ ପାଇଥିଲା।ଏହାର ଗୋଟିଏ ଦିନ ପରେ ଜିଲ୍ଲା କଂଗ୍ରେସ ସଭାପତି ଲକ୍ଷ୍ମୀପ୍ରିୟା ନାୟକ ଦଳ ଛାଡିଥିବାରୁ ନାନା କଳ୍ପନା ଜଳ୍ପନା ଚାଲିଛି। ଆଜି ସେ ଦଳ ଛାଡିବା ପରେ ଜିଲ୍ଲାର ଏହି ଦୁଇ ନେତା ଦଳ ଛାଡିବା ପରେ ଦଳର ବହୁ କ୍ଷତି ଘଟିବ ବୋଲି କୁହାଯାଇଛି।

 

Related posts

ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ

mahabharatanews

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews

ଧାମନଗରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାରର ଦ୍ୱିତୀୟ ଦିନ

mahabharatanews