କାନପୁର: କାନପୁରରେ ଜାରି ରହିଛି ଜିକା ଭାଇରସର ସଂକ୍ରମଣ । ଆଉ ୩୦ ସଂକ୍ରମିତ ଚିହ୍ନଟ ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ଲକ୍ଷେ୍ନøର କିଙ୍ଗ ଜଜ ମେଡିକାଲ ୟୁନିଭର୍ସିଟି ଓ ପୁଣେ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଦ୍ୱାରା ଏହି ୩୦ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅକ୍ଟୋବର ୨୩ରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ଚିହ୍ନଟ ମାମଲା ସାମ୍ନାକୁ ଆସିବା ପରେ ଗୋଟିଏ ଦିନରେ ୩୦ ଜଣ ସଂକ୍ରମିତ ହେବାର ଏହା ପ୍ରଥମ ଘଟଣା । ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨୭ ଜଣ ପୁରୁଷ ରହିଛନ୍ତି ।
ବୁଧବାର ପର୍ଯ୍ୟନ୍ତ ୧୮ ବର୍ଷ ମଧ୍ୟରେ ୪ ଜଣ ବାଳିକାଙ୍କୁ ଓ ୩ ମହିଳାଙ୍କୁ ମିଶାଇ ମହିଳା ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କ।।ନପୁର ମୁଖ୍ୟ ମେଡିକାଲ ଅଫିସର ଡ ନେପାଳ ସିଂହ କହିଛନ୍ତି, ଗୁରୁବାର ଜିକା ଭାଇରସ ଦ୍ୱାରା ସଂକ୍ରମଣର ସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୪୫ ପୁରୁଷ ଓ ୨୧ ମହିଳା ରହିଛନ୍ତି । ସେ ଆହୁରି କହିଛନ୍ତି ଏହି ସଂକ୍ରମିତଙ୍କ ନମୁନା ୩ ଦିନ ପୂର୍ବରୁ ନାସନାଲ ଇନଷ୍ଟିଚ୍ୟୁଟ ଫର ଭାଇରୋଲୋଜିକୁ ପଠାଯାଇଥିଲା । ଜିକା ଭାଇରସ ମଶା କାମୁଡିବା ଦ୍ୱାରା ସଂକ୍ରମିତ ହେ।।ଇଥାଏ । ଏହି ମଶାର ନାମ ଏଡେସ୍ ଏଜିପ୍ଟ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଏଡେସ୍ ମଶା ସାଧାରଣତଃ ଦିନ ସମୟରେ କାମୁଡିଥାଏ । ମୁଖ୍ୟତଃ ସକାଳ, ଅପରାହ୍ନ ବା ସଂଧ୍ୟାରେ କାମୁଡିଥାଏ । ରାଜ୍ୟରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା କାନପୁର ଏୟାର ଫୋର୍ସ ଷ୍ଟେସନ ଅଞ୍ଚଳରୁ ଚିହ୍ନଟ ହୋଇଥିଲା, ଏଥିରେ ଜଣେ ୱାରାଣ୍ଟ ଅଫିସର ସଂକ୍ରମିତ ହୋଇଥିଲେ । ଏହା ପରେ ଆଉ ତିନି ଜଣ ଆଇଏଏଫ ଷ୍ଟସନରୁ ସଂକ୍ରମିତ ହୋଇଥିଲେ ।