ଓଡିଶା

ନଭେମ୍ବର ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର: ୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ଲୋକେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରକ୍ରିୟାକରଣ ଆରମ୍ଭ ହୋଇଛି । ଓ୍ବାର୍ଡଓ୍ବାରୀ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାରିଖ ଘୋଷଣା ହୋଇଛି । ୨୯ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବାକୁ ଥିବା ବେଳେ ବାଲେଶ୍ୱରକୁ ବାଦ ଦିଆଯିବ ।
ସମସ୍ତ ଗ୍ରାମ ପଞ୍ଚାୟତରେ ନଭେମ୍ବର ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । କୌଣସି ଦାବି କିମ୍ବା ଆପତ୍ତି, ଅଭିଯୋଗ ଥିଲେ ୨୩ ତାରିଖ ସୁଦ୍ଧା ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରାର ଅଫିସ ନିକଟରେ ଦାଖଲ କରିପାରିବେ । ୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ ।
ଚିଠା ଭୋଟର ତାଲିକାକୁ ନେଇ ଅସନ୍ତୋଷ ଥିଲେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓଙ୍କ ନିକଟରେ ଆବେଦନ କରିବେ । ଡିସେମ୍ବର ୧ରୁ ୨ ମଧ୍ୟରେ ଅଭିଯୋଗର ଉପରେ ଫଇସଲା ହେବ । ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୬ ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

 

Related posts

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

mahabharatanews