ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ସବୁ ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ବିରୋଧୀ କଲେ ଅଣ୍ଡାମାଡ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଛାଡି ଫେରିବା ବେଳେ ଡାକ୍ତରଖାନା ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ହୋଇଛି ଅଣ୍ଡାମାଡ  । ବିରୋଧୀ ଦଳର ଜଣେ ସମର୍ଥକ ହାତରେ ଅଣ୍ଡା ଧରି ସର୍ବ ସମ୍ମୁଖରେ କାରକେଡ ଆଡକୁ ମାଡିଆସୁଛନ୍ତି । କିନ୍ତୁ ସୁରକ୍ଷା କର୍ମୀଙ୍କ ନଜରକୁ ଆସିଲା ନାହିଁ ଏହି ଦୃଶ୍ୟ । ବିରୋଧୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକାଳରେ ବିରୋଧ ପ୍ରଦର୍ଶନ ସହ କଳାପତାକା ଦେଖାଇଛନ୍ତି । ଆଜିର ଏପରି ଲଜ୍ଜାଜନକ ଘଟଣା ପୁଣି ଥରେ ଜିଲ୍ଲା ତଥା ରାଜ୍ୟ ପୁଲିସର ପାରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ

Related posts

ନବରଙ୍ଗପୁର ସହିଦ ଯବାନଙ୍କୁ ପୁଷ୍ପମାଲ୍ୟା ଅର୍ପଣ

mahabharatanews

ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା

mahabharatanews

ରଘୁନନ୍ଦନ ଦାସଙ୍କ ଘରେ ପୋଲିସ

mahabharatanews