ଓଡିଶା

କଂଗ୍ରେସ ସେବାଦଳ ସଦ୍ଭାବନା ସମାବେଶର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଡିସେମ୍ବର ୨୬ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସଦଭାବନା ସମାବେଶର ସୁପରିଚାଳନା ପାଇଁ ୧୦ ଜଣ ରାଜସ୍ତରୀୟ କର୍ମକର୍ତ୍ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ପର୍ଯ୍ୟବେକ୍ଷକମାନେ ଜିଲ୍ଲା କଂଗ୍ରେସ ସଭାପତି ଓ ଜିଲ୍ଲା ସେବାଦଳର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ସଦଭାବନା ସମାବେଶର ସଫଳତା ପାଇଁ କାର୍ଯ୍ୟକରିବେ ବୋଲି ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।
ନିରଦବରଣ ଖୁଣ୍ଟିଆଙ୍କୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର; ସୁବାଷ ପରିଡା- କେନ୍ଦ୍ରାପଡା, ଯାଜପୁର, ଭଦ୍ରକ; ଅଶୋକ ସିଂଙ୍କୁ କଟକ, କଟକ ନଗର, ଜଗତସିଂହହପୁର; ଦିଲ୍ଳୀପ ପଣ୍ଡା- ସମ୍ବଲପୁର, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର; ସେକ ଚାନ୍ଦ ଉସୁମାନି- ନବରଙ୍ଗପୁର, ମାଲକାନଗିରି, କୋରାପୁଟ; ମହମ୍ମଦ ଶାହାଦୁଲ୍ଲା- ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର; ମନୋଜ ସାହୁ- ନୟାଗଡ, କନ୍ଧମାଳ, ବୌଦ୍ଧ, ମୁନୁ ସରାଫଙ୍କୁ ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡା, ପ୍ରଦୀପ କୁମାର ଦାସ, ଢେଙ୍କାନାଳ, ଅନୁଗୁଳ, କୁଳମଣି ସାହୁ- ତ୍ରିଶୁଳିଆ ଶିବିରର ସମସ୍ତ ପ୍ରଶିକ୍ଷଣ କର୍ମକର୍ତ୍ତା ଓ ସୁଶାନ୍ତ ମହାରଣା- ନୂଆପଡା, ଦେବଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲ।। ଦାୟିତ୍ୱ ଦିଅ।।ଯାଇଛି ।

Related posts

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି

mahabharatanews

ଅରୁଣ ଦେଙ୍କୁ ଶ୍ରଦ୍ଧାଞଳି

mahabharatanews