ଭାରତ

ମାଓବାଦୀ ଉଡାଇଲେ ଟ୍ରେନଲାଇନ

ଭୁବନେଶ୍ୱର: ଛତିଶଗଡରେ ହିଂସା । ପୁଣି ହିଂସାକାଣ୍ଡ ଘଟାଇଲେ ମାଓବାଦୀ । ରେଳଧାରଣାରେ କଲେ ବିସ୍ଫୋରଣ । ଫଳରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ଛତିଗଡରେ ଥିବା ଭାଁସି ଜଙ୍ଗଲ ଦେଇ ଯାଇଥିବା ରେଳ ଧାରଣାକୁ ଉଡାଇବାରୁ ଲୁହା ପଥର ବୋଝେଇ ମାଲବାହୀ ଟ୍ରେନର ଇଞ୍ଜିନ ଓ ୨ ୱାଗନ ଲାଇନଚ୍ୟୁତ ଘଟିଛି । ବିଶାଖାପାଟନମ ଓ କେରଣ୍ଡଲ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ବିସ୍ପୋରଣ ପାଇଁ ଭୈରମଗଡ ମାଓବାଦୀ ନିଜକୁ ଦାୟୀ କରିଛି ।
ବଚେଲିରୁ ବିଶାଖାପାଟଣା ଯାଉଥିଲା ଏକ ଲୁହାପଥର ବୋଝେଇ ଟ୍ରେନ । ଟ୍ରେନର ୨ଟି ୱାଗନ୍ ଧାରଣାଚ୍ୟୁତ ହୋଇ କ୍ଷତିଗ୍ରସ୍ତ ହୋଇଛି । ଏହାସହ କ୍ଷତିଗ୍ରସ୍ତ ଏହି ଟ୍ରେନ୍ ଆଗରେ ମାଓବାଦୀ ପତାକା ଲଗାଇଥିବା ଦେଖିବାକୁ ମିଳିଛି। ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ମହାରାଷ୍ଟ୍ରରେ ୨୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ମାଓବାଦୀ ସଂଗଠନ ଏହି ସମୟରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

 

Related posts

ପାର୍କିଂ ସ୍ଥଳରେ ଅଚାନକ ବିସ୍ଫୋରଣ 

mahabharatanews

୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛି

mahabharatanews

ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମାନହାନି ମାମଲା 

mahabharatanews