ଭାରତରାଜନୀତି

ସଂସଦରେ ହାତ ମିଳାଇଲେ ପିଏମ୍ ମୋଦୀ- ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ନିଜ ନିଜ ଆସନରୁ ତାଙ୍କ ସହ ହାତ ମିଳାଇ ତାଙ୍କୁ ବାଚସ୍ପତିଙ୍କ ଆସନ ଯାଏ ବାଟେଇ ନେଇ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀ ଉଭୟଙ୍କୁ ହ୍ୟାଣ୍ଡ ସେକ୍ କରିଥିବା ଦେଖିବାକୁ ମିଳିଛି ।

Related posts

ରାମ ମନ୍ଦିର ଶିଳାନ୍ୟାସ ପ୍ରସ୍ତୁତିର ସମୀକ୍ଷା କଲେ ଯୋଗୀ

mahabharatanews

ବଙ୍ଗଳା ଖାଲି କଲେ ମହୁଆ 

mahabharatanews

କେମିକାଲ୍ କାରଖାନା ଲିକ, ୨୮ ଗୁରୁତର

mahabharatanews