ଭାରତ

ଆସିବ ବିହାର ବୋର୍ଡର ରେଜଲ୍ଟ

(ବିହାର) : ଏହି ସପ୍ତାହରେ ବିହାରର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇପାରେ । ଛାତ୍ରଛାତ୍ରୀମାନେ ବିହାର ବୋର୍ଡ ଅଫିସିଆଲ୍ ୱେବସାଇଟ୍ secondary.biharboardonline.comର ଅଫିସିଆଲ୍ ୱେବସାଇଟରେ ନିଜ ପରୀକ୍ଷା ରେଜଲ୍ଟ ଜାଣିପାରିବେ । ବୋର୍ଡ ପରୀକ୍ଷା ଶେଷ ହେବା ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ରେଜଲ୍ଟକୁ ଅପେକ୍ଷା କରିଥାନ୍ତି ।

ସୂଚନାନୁଯାୟୀ ,ଚଳିତ ବର୍ଷ ମଧ୍ୟ ବିହାରରେ ପ୍ରଥମେ ରେଜଲ୍ଟ ବାହାରିବା ନେଇ ଆଶା କରାଯାଉଛି । ଗତ ବର୍ଷ ବିହାରରେ ଦ୍ୱାଦଶ ଶ୍ରେଣୀର ଫଳାଫଳ ୨୧ମାର୍ଚ୍ଚରେ ପ୍ରକାଶ ପାଇଥିଲା । ବୋର୍ଡ ଏହି ସପ୍ତାହରେ ଫଳାଫଳ ପ୍ରକାଶ କରିପାରେ । ତେବେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଖୁବ୍ ଶୀଘ୍ର ରେଜଲ୍ଟ ବାହାରିବାର ତାରିଖ ଘୋଷଣା କରାଯାଇ ପାରେ । ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ ଜରିଆରେ ସମସ୍ତ ସୂଚନା ପାଇପାରିବେ ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍

mahabharatanews

କାରଗିଲ୍ ବିଜୟ ଦିବସ: ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱିକାର କରିଥିଲା ପାକିସ୍ତାନ

mahabharatanews

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

mahabharatanews