ଅପରାଧ

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

ଭୁବନେଶ୍ୱର: ଖାକି ବାବୁଙ୍କ ପ୍ରତାରଣା । ପ୍ରଥମ ସ୍ତ୍ରୀଙ୍କୁ ଛାଡ ପତ୍ର ନ ଦେଇ ରସିକ ହାବିଲଦାର ଦ୍ୱିତୀୟ ବିବାହ କରି ଫସିଗଲେ ବାବୁ । ଏବେ ବାବୁ ହରଡ ଘଣାରେ । ଏପରି ଘଟିଛି ଭୁବନେଶ୍ୱରରେ । କମିଶନରେଟ ପୁଲିସର ମହିଳା ଥାନା ତାଙ୍କୁ ଗିରଫ କରିଛି । ଧଉଳି ଥାନାର ହାବିଲଦାର ସଦାଶିବଙ୍କୁ ପ୍ରତାରଣା ଅଭିଯୋଗରେ ମହିଳା ଥାନ।। ଆଇପିସିର ୪୯୪ରେ ଗିରଫ କରିଛି ।
ସଦାଶିବ ସ୍ୱାଇଁ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ନ ପଡିବାରୁ ତାଙ୍କୁ ଛାଡି ବାସନ୍ତି ସ୍ୱାଇଁ ନାମକ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ହେଲେ ପ୍ରଥମ ସ୍ତ୍ରୀଙ୍କୁ ଦେଇନଥିଲେ ଛାଡପତ୍ର । ଅନ୍ୟପଟେ ବାସନ୍ତିଙ୍କୁ ସବୁ ସମୟରେ ନିର୍ଯାତନା ଦେଇ ଆସୁଥିଲେ । ତେଣୁ ଦ୍ୱିତୀୟ ସ୍ତ୍ରୀ ଏନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୁଲିସ ସଦାଶିବଙ୍କୁ ଗିରଫ କରିଥିବା ସୂଚନା ରହିଛି ।

Related posts

ପ୍ରଥମେ ଶାରୀରିକ ସମ୍ପର୍କ , ତାପରେ ବ୍ଲାକମେଲିଂ

mahabharatanews

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍ ଅଭିଯୋଗ, ୬ ଗିରଫ

mahabharatanews