ଅପରାଧ

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

ଭୁବନେଶ୍ୱର: ଖାକି ବାବୁଙ୍କ ପ୍ରତାରଣା । ପ୍ରଥମ ସ୍ତ୍ରୀଙ୍କୁ ଛାଡ ପତ୍ର ନ ଦେଇ ରସିକ ହାବିଲଦାର ଦ୍ୱିତୀୟ ବିବାହ କରି ଫସିଗଲେ ବାବୁ । ଏବେ ବାବୁ ହରଡ ଘଣାରେ । ଏପରି ଘଟିଛି ଭୁବନେଶ୍ୱରରେ । କମିଶନରେଟ ପୁଲିସର ମହିଳା ଥାନା ତାଙ୍କୁ ଗିରଫ କରିଛି । ଧଉଳି ଥାନାର ହାବିଲଦାର ସଦାଶିବଙ୍କୁ ପ୍ରତାରଣା ଅଭିଯୋଗରେ ମହିଳା ଥାନ।। ଆଇପିସିର ୪୯୪ରେ ଗିରଫ କରିଛି ।
ସଦାଶିବ ସ୍ୱାଇଁ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ନ ପଡିବାରୁ ତାଙ୍କୁ ଛାଡି ବାସନ୍ତି ସ୍ୱାଇଁ ନାମକ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ହେଲେ ପ୍ରଥମ ସ୍ତ୍ରୀଙ୍କୁ ଦେଇନଥିଲେ ଛାଡପତ୍ର । ଅନ୍ୟପଟେ ବାସନ୍ତିଙ୍କୁ ସବୁ ସମୟରେ ନିର୍ଯାତନା ଦେଇ ଆସୁଥିଲେ । ତେଣୁ ଦ୍ୱିତୀୟ ସ୍ତ୍ରୀ ଏନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୁଲିସ ସଦାଶିବଙ୍କୁ ଗିରଫ କରିଥିବା ସୂଚନା ରହିଛି ।

Related posts

ନାଗ ଫାଶ ; EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

mahabharatanews

ନାବାଳିକା ଦୁଷ୍କର୍ମକାରୀକୁ ଗିରଫ କଲା ପୋଲିସ

mahabharatanews

ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅକୁ ଗିରଫ କରିଛି ସିବିଆଇ

mahabharatanews

Leave a Comment