ଭାରତ

ଗୁରମିତ ରାମ ରହିମକୁ ମିଳିଲା ‘Z’ ପ୍ଲସ୍‌ ସୁରକ୍ଷା

(ଦିଲ୍ଲୀ) : ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମକୁ ମିଳିଛି ‘Z’ ପ୍ଲସ୍‌ ସୁରକ୍ଷା। ହରିୟାଣାର ଖଟ୍ଟର ସରକାର ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦେଇଛନ୍ତି। ଗୁରମିତ ଉପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବା ଯୋଗୁଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ସୂଚନାନୁଯାୟୀ , ହରିୟାଣା ସରକାରଙ୍କ କହିବା ମୁତାବକ, ଖଲିସ୍ତାନୀ ସମର୍ଥକମାନେ ଡେରା ପ୍ରମୁଖଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଏଥିପାଇଁ ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି। ଗୁରମିତ ନିଜର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ତା’କୁ ୨୦୧୭ ମସିହାରେ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

 

Related posts

ଯାତ୍ରୀବାହୀ ବସକୁ ଅଟକାଇଲା ଜଙ୍ଗଲୀ ହାତୀ

mahabharatanews

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

mahabharatanews

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟି

mahabharatanews