ଭାରତ

ଋଷ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ

ନୂଆଦିଲ୍ଲୀ: ଋଷ ଗସ୍ତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହି ଅବସରରେ ସେ ପୁତିନଙ୍କ ସହ ଆଲୋଚନା କରିବେ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ଏବଂ ଅନ୍ତରାଷ୍ଟ୍ରିୟ ପ୍ରସଙ୍ଗ ଉପରେ ନିଜ ନିଜ ମତ ରଖିବେ । ଗତ ୨୩ ମଧ୍ୟରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ।ପାକିସ୍ତାନର ବୈଦେଶିକ କାର୍ୟ୍ୟାଳୟ ସୋମବାର ଜାରି କରିଥିବା ଏକ ବକ୍ତବ୍ୟରେ କହିଛନ୍ତି ଯେ, ୨୩ ତାରିଖରେ ଇମ୍ରାନ ଖାନ୍ ମସ୍କୋ ଗସ୍ତ କରିବେ । ଇମ୍ରାନଙ୍କ ସହ ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ସହ ମଧ୍ୟ ଋଷର ପ୍ରଶାସନିକ ଅଧିକାରୀଙ୍କର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ପୁଟିନ ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଏହି ଗସ୍ତର ମୁଖ୍ୟ ଆକର୍ଷଣ ହେବ । ବୈଦେଶିକ କାର୍ୟ୍ୟାଳୟ କହିଛି, “ଶିଖର ସମ୍ମିଳନୀ ସମୟରେ ଦୁଇ ନେତା ଶକ୍ତି ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ । ଇସଲାମୋଫୋବିଆ ଏବଂ ଆଫଗାନିସ୍ତାନର ପରିସ୍ଥିତି ସମେତ ପ୍ରମୁଖ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ବ୍ୟାପକ ମତ ବିନିମୟ ହେବ ।

Related posts

ଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ

mahabharatanews

ହସିନାଙ୍କୁ ଫେରାଇବାକୁ ଦାବି କରିଛି ବାଂଲାଦେଶ, ଚିଠି ଲେଖି ପ୍ରତ୍ୟପଣ ପାଇଁ କଲା ଅନୁରୋଧ

mahabharatanews

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

mahabharatanews