ଓଡିଶା

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର: କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍‌ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ।କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ତାଙ୍କ ନାମ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ଚୟନ କରିଛି ଜାତୀୟ କଂଗ୍ରେସ ।

Related posts

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିର

mahabharatanews