ଓଡିଶାଭାରତ

୩୧ ତାରିଖରେ ହଟିବାକୁ ଯାଉଛି କରୋନା କଟକଣା

ନୂଆଦିଲ୍ଲୀ : ଦୁଇ ବର୍ଷ ହୋଇଗଲା କରୋନା ମହାମାରୀ ତାର ଭୟାବହତା ଜାରି ରଖିଥିଲା । ଯେଉଁ କାରଣରୁ ପୁରା ବିଶ୍ୱରେ ଚାଞ୍ଚଲ୍ୟ ଶୃଷ୍ଟି ହୋଇଯାଇଥିଲା । କେତେ ପରିବାର ତାର ପ୍ରିୟ ଜନଙ୍କୁ ହରାଇଲେ । ଲକ୍ଷ ଲକ୍ଷ ପ୍ରାଣ ଚାଲିଗଲା ଏହି ମହାମାରୀ ଯୋଗୁଁ । ଭାରତରେ ମଧ୍ୟ ଏହାର ପ୍ରଭାବ ଖୁବ ଯୋରରେ ଦେଖାଯାଇଥିଲା । ଏହି ମୃତ୍ୟ ହାରକୁ ନଜରରେ ରଖି ଲକ୍ ଡାଉନ୍ ସଟ୍ ଡାଉନ୍ ଭଳି ଅନେକ କଟକଣା ଲଗାଗଲା । କିନ୍ତୁ ପବେ ପ୍ରାୟତଃ ମହାମାରୀର ପ୍ରଭାବ ଶାନ୍ତ ହେବାରେ ଲାଗିଛି । ଧିରେ ଧିରେ ବିଦ୍ୟାଳୟ ଆଦି ଖୋଲିବାରେ ଲାଗିଛି ।

 

ଦୁଇ ବର୍ଷ ପରେ କେନ୍ଦ୍ର ସରକାର ନେଇଛନ୍ତି ଏକେ ବଡ ନିଷ୍ପତ୍ତି । ପୂର୍ବରୁ ରହିଥିବା କୋଭିଡ୍ କଟକଣାକୁ ମାର୍ଚ୍ଚ ୩୧ ତାରିଖ ଦିନଠାରୁ ଉଠାଯିବ । ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ପୂର୍ବ ପରି ମାସ୍କ ପିନ୍ଧା ଚାଲୁ ରହିବ ।ଏବେ ଜନସାଧାରଣ କୋଭିଡର ମୁକାବିଲା ପାଇଁ ସଚେତନ ହୋଇସାରିଛନ୍ତି । ଗତ ସାତ ସପ୍ତାହ ଧରି ନୂଆ ମାମଲାରେ ଖୁବ୍ ହ୍ରାସ ପାଇଛି । ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଦେଶରେ ୨୩,୯୧୩ ଜଣ କୋଭିଡ୍-୧୯ ଚିକିତ୍ସାଧୀନ ଅଛନ୍ତି ଏବଂ ସଂକ୍ରମଣ ହାର ୦.୨୮ ପ୍ରତିଶତ ରହିଛି । ସେହିପରି ଏପର୍ୟ୍ୟନ୍ତ ସମଗ୍ର ଦେଶରେ ୧୮୧ କୋଟି ୫୬ ଲକ୍ଷ ଟିକାକରଣ କରାଯାଇଛି । ଏଣୁ ଆଜି କୋଭିଡ୍-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ୟ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟ । କିନ୍ତୁ ସର୍ବ ସାଧାରଣ ସ୍ଥାନରେ ପୂର୍ବପରି ମାସ୍କ ପିନ୍ଧା କଟକଣା ଲାଗୁରହିବ । ଏହା ସହ ଦୂରତା ବଜାୟ ରଖିବାକୁ ପଡିବ ।

 

Related posts

କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି

mahabharatanews

ଆଉ ଏକ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦ୍ଘାଟିତ

mahabharatanews

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

mahabharatanews