ଭାରତ

ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

ବୃନ୍ଦାବନ: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍‌ ଏବ ରୋମାନଭ୍‌ ୟାରୋସାଲଭ୍‌। ଏହି ଦମ୍ପତି ୨୦୧୩ ମସିହାରୁ ୟୁପିରେ ରହୁଥିଲେ। ଭୟଙ୍କର ଦୁଇ ବର୍ଷ ପୂର୍ବରୁ ଭିସା ଅବଧି ସରିଯାଇଛି। ହେଲେ ଉଭୟ ଦମ୍ପତି ଭିସା ଅବଧି ସରିବା ପରେ ନିଜ ଦେଶକୁ ଫେରିଯାଇ ନଥିଲେ କି ଏହାକୁ ନବୀକରଣ କରିନଥିଲେ। କିଛି ଦିନ ପୂର୍ବରୁ ଏହି ଦମ୍ପତି ଜଣକ ଅନ୍ୟ ଅନ୍ତର୍ଜାତୀକ କୃଷ୍ଣ ଭକ୍ତଙ୍କ ସହ ସେମାନେ ରହୁଥିବା ବିଲଡିଂରୁ ଗାଏବ ହୋଇଯାଇଥିଲେ। ତେବେ ସେମାନେ ହଠାତ୍ ନିଖୋଜ ହେବା ନେଇ ମଥୁରା ପୁଲିସ ସେମାନଙ୍କୁ ଖୋଜାଖୋଜି କରିଥିଲା। ତେବେ ମଥୁରାରେ ଜାଠ୍‌ ଟାଉନ୍‌ରେ କ୍ରିଷ୍ଣା ଭ୍ୟାଲିରୁ ପୁଲିସ ଉଭୟଙ୍କୁ ଧରିଥିଲା।

ଏହି ଦମ୍ପତି ବେଆଇନ ଭାବେ ଭାରତରେ ରହୁଥିଲେ। ବିଦେଶୀ ଆକ୍ଟ ଅନୁସାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଉଭୟେ ବହୁ ଅପରାଧରେ ସମ୍ପୃକ୍ତ ଥିବା ତାଙ୍କ ପଡ଼ୋଶୀ ଅଭିଯୋଗ କରିଛନ୍ତି । ଅନେକ କୃଷ୍ଣ ଭକ୍ତଙ୍କ ମୃତ୍ୟୁ ପଛରେ ଉଭୟଙ୍କ ଷଡ଼ଯନ୍ତ୍ର ରହିଛି। ଇସ୍କନ ସଙ୍ଗଠନ ନାମରେ ଏମାନେ ନୀରିହ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରି ଲୁଟୁଥିଲେ। ଏବେ ଉଭୟଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ଗିରଫଦାରୀ ସମ୍ପର୍କରେ ସ୍ଥାନୀୟ ଏସପି ରୁଷ ଦୂତାବାସକୁ ଅବଗତ କରିଛନ୍ତି।

ତେବେ ପୁଲିସ ତାଙ୍କ ଭିସା ଯାଞ୍ଚ କରି ସେମାନଙ୍କୁ ହେପାଜତକୁ ନେବାକୁ ଉଦ୍ୟମ କରିବାରୁ ଭଭୟେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ବରିଷ୍ଠ ଓକିଲ ରମାକାନ୍ତ ଭରଦୱାଜ୍‌ କରିଛନ୍ତି ଭଭୟ ଦମ୍ପତିଙ୍କ ଭିସା ଅବଧି ସରି ଯାଇଥିଲେ ମଧ୍ୟ ଏଠାରେ ରହୁଥିଲେ। ସେମାନେ ବୃନ୍ଦାବନରେ ଏକ ବିଲଡିଂ ନିର୍ମାଣ କରରିଛନ୍ତି । ଯେଉଁଠି ଅନେକ ଭାରତୀୟଙ୍କ ସହ ୟୁକ୍ରେନ୍‌ ନାଗରିକର ରହୁଛନ୍ତି।

Related posts

ସୋନିଆ ଓ ରାହୁଲଙ୍କୁ ଇଡି ଜାରି କଲା ନୋଟିସ

mahabharatanews

୩୧ରେ ‘ଏକତା ପାଇଁ ଦୌଡ଼’

mahabharatanews

ଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତ

mahabharatanews