ଭାରତ

ଆସନ୍ତାକାଲିଠୁ ଲଗାଯିବ କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ 

(ଦିଲ୍ଲୀ) : ଦେଶରେ କରୋନା ଭାଇରସର ସଂକ୍ରମଣ ହ୍ରାସ ପାଉଛି । ସରକାରଙ୍କ ପକ୍ଷରୁ ଏବେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ ଲଗାଇବାର ନିଷ୍ପତ୍ତି ନିଆଯାଇଛି।

୧୦ ଏପ୍ରିଲ ଅର୍ଥାତ ଆସନ୍ତାକାଲିଠାରୁ ବୁଷ୍ଟର ଡୋଜ୍ ଲଗାଯିବା ଆରମ୍ଭ ହେବ। ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ କହିଛନ୍ତି, କରୋନା ଭ୍ୟାକସିନ୍‌ର ବୁଷ୍ଟର ଡୋଜ୍ ଲଗାଇବା ବେଳେ ଘରୋଇ ଟିକାକରଣ କେନ୍ଦ୍ର ୧୫୦ ଟଙ୍କାରୁ ଅଧିକ ଫି’ ନେବନି। ଏହି ୧୫୦ ଟଙ୍କାର ଫି’ କରୋନା ଭ୍ୟାକସିନ୍‌ ଦାମ୍‌ଠାରୁ ଅଲଗା ହେବ। ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଯେଉଁ ବ୍ୟକ୍ତି ଭ୍ୟାକସିନ୍‌ ନେଇଛନ୍ତି ତାଙ୍କୁ ବୁଷ୍ଟର ଡୋଜ୍ ହିଁ ଦିଆଯିବ। ବୁଷ୍ଟର ଡୋଜ୍ ଲଗାଇବା ପାଇଁ କୌଣସି ରେଜିଷ୍ଟେ୍ରସନ୍ କରିବାକୁ ପଡିବନି।

Related posts

ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ

mahabharatanews

ଓଡିଶା ଆସିବେ ମୋଦୀ, ଶାହା ଏବଂ ଯୋଗୀ  

mahabharatanews

ସରିଲା ଖନନ କାର୍ଯ୍ୟ, ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲ

mahabharatanews