ଓଡିଶା

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ

ଭୁବନେଶ୍ୱର: ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ବଲାଙ୍ଗିର-ସମ୍ବଲପୁର NH-୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲାମାଡ କରିଛନ୍ତି । ପଥର ମାଡ଼ରେ ବିଧାୟକଙ୍କ PSO ଓ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ଉଭୟଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ ଗାଡିର ପଛ ସିଟରେ ବସିଥିବାରୁ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସେ ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।

Related posts

କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ଯୁବକ ଗିରଫ

mahabharatanews

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews

କଲେଜ୍ ରେ ପରୀକ୍ଷା କରିବା ନେଇ ଜାରି ହେଲା ଗାଇଡଲାଇନ୍

mahabharatanews