ଭାରତ

୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

(ଦିଲ୍ଲୀ) : ସେରମ ଇନିଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭୋଭାକ୍ସକୁ ଆଜି ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବାକୁ ପାଇଁ ସ୍ୱୀକୃତି ଦେଇଛି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜୋରୀ ଗ୍ରୁପ୍ ଅନ ଇମ୍ୟୁନାଇଜେସ । ଭାରତରେ ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାୟୋଲଜିକାଲ ଇ’ର କୋର୍ବେଭାକ୍ସ ହିଁ ପିଲାମାନେ ନେଉଛନ୍ତି। ଏବେ ଏଥିରେ କୋଭୋଭାକ୍ସକୁ ସାମିଲ କରିବା ପାଇଁ କୁହାଯାଇଛି। ଏହାପୂର୍ବରୁ ଅର୍ଥାତ ଗତବର୍ଷ ଡିସେମ୍ବର ୨୮ରେ ଡିସିଜିଆଇ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ କୋଭୋଭାକ୍ସ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ମାର୍ଚ୍ଚ ୯ରେ କେବଳ ବହୁବିଧ ରୋଗରେ ପୀଡ଼ିତ ୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଦିଆଯାଇ ପାରିବ ବୋଲି କହିଥିଲା ଡିସିଜିଆଇ। ଏବେ ଶୁକ୍ରବାର ଟେକ୍ନିକାଲ କମିଟି ବୈଠକରେ ଟିକାର ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।

Related posts

ରାହୁଲଙ୍କୁ ଲୋଡ଼ାନାହିଁ ସରକାରୀ ବଙ୍ଗଳା

mahabharatanews

ସତର୍କ ସୂଚନା ଜାରି କଲା ଦିଲ୍ଲୀ ପୋଲିସ

mahabharatanews

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

mahabharatanews