ଓଡିଶା

ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ/ଜୟନ୍ତ କୁମାର ସେଠୀ: ଆସନ୍ତା ୩ ତାରିଖରେ ପଡୁଚି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିବସରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇ ପାରିବ, ଭକ୍ତ ମାନଙ୍କ ପାଇଁ କଣ ବିଶେଷ ବ୍ୟବସ୍ଥା ହେବ ସେ ନେଇ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଏସପି , ବରିଷ୍ଠ ପ୍ରଶାସନିକ ଅଧିକାରୀ , ସେବାୟତଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ ହେବେ। ଏଣୁ ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା , ଲୋକଙ୍କ ଉପରକୁ ଜଳ ସିଞ୍ଚନ, ଓଆରଏସ ପାଣି ସମେତ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମେତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟତ କରାଯିବ । ସେହିପରି ରଥ ଖଳାରେ ତିନି ରଥର ନିର୍ମାଣ ନେଇ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ତେବେ ଚଳିତ ବର୍ଷ ରଥଯାତ୍ରା ନେଇ ଆସନ୍ତା ୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବାର ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Related posts

ପ୍ରବଳ ତାତି : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews

ଆଖୁ କିଆରୀରେ ଅଗ୍ନିକାଣ୍ଡ, ୪୦ ଏକର ଫସଲ ନଷ୍ଟ

mahabharatanews