ଓଡିଶା

ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ! କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଖରା ତାର ପ୍ରକୋପ ଦେଖାଉଛି। ସାଧାରଣ ଲୋକ ଖରଗରମରେ ହନ୍ତସନ୍ତ ହେଉଥିବା ବାଲେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ୧୯ ତାରିଖ ବେଳକୁ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳକୁ ଏହା ଦିନେ କିମ୍ବା ଦୁଇଦିନ ମଧ୍ୟରେ ପ୍ରବେଶ କରିବ। ଏହା ପରେ ନିଜର ରୂପରେଖ ଏବଂ ପରବର୍ତ୍ତୀ ପ୍ରଭାବ ସମ୍ପର୍କରେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଏପଟେ ରାଜ୍ୟରେ ତାତି ଧୀରେ ଧୀରେ ବଢ଼ିବାରେ ଲାଗିଛି। ରବିବାର ସୋନପୁର ୪୩.୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ବଲାଙ୍ଗୀର ୪୩, ସୁନ୍ଦରଗଡ଼ ୪୩, ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୬, ଅନୁଗୋଳ ୪୦.୧, ହୀରାକୁଦ ୪୦.୧, ତାଳଚେର ୪୦, ଭବାନିପାଟଣା ୪୧.୫, ଟିଟିଲାଗଡ଼ ୪୨.୨, ମାଲକାନଗିରି ୪୧ ଓ ନୂଆପଡ଼ାରେ ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଭୁବନେଶ୍ୱରରେ ୩୫.୮, କଟକ ୩୫.୨ ଓ ପୁରୀରେ ୩୩.୬ ଡିଗ୍ରୀ ତାପମାତ୍ରା ରହିଥିଲା। ସୋମବାର ବିଭିନ୍ନ ଜିଲାକୁ ଅଳ୍ପ ବର୍ଷା ହେବାର ସମ୍ଭାବନା ଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କଟକ ଆଦି ୯ଟି ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିବ। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ବଜ୍ରପାତ ନେଇ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।

Related posts

ଗଣମାଧ୍ୟମଠୁ ଦୂରରେ ଗଣମାଧ୍ୟମ ଉପଦେଷ୍ଟା

mahabharatanews

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ

mahabharatanews

ପୋଲ ତଳକୁ ଖସି ପଡିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews