ଭାରତ

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଜେଲ୍‌ରୁ ହେବେ ମୁକ୍ତ

ନୂଆଦିଲ୍ଲୀ (ଏଜେନ୍ସି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ବୋମା ଯୋଗାଇ ଥିବା ଅଭିଯୋଗରେ ଦୀର୍ଘ ୩୧ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ ବିତାଉଥିବା ଏ.ଜି.ପେରାରିବେଲାନ୍ ଖଲାସ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ବୁଧବାର ସୁପ୍ରିମକୋର୍ଟ ଏହି ବଡ଼ ଫଇସଲା ଶୁଣାଇଛନ୍ତି । ଏଥିପୂର୍ବରୁ ମାନବିକତା ଦୃଷ୍ଟିରୁ ମୋତେ ଜେଲରୁ ମୁକ୍ତି ଦିଆଯାଉ ବୋଲି ପେରାରିବେଲାନ କୋର୍ଟରେ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ଗତ ୧୯୯୧ ମେ’ ମାସ ୨୧ତାରିଖରେ ତାମିଲନାଡ଼ୁର ଶ୍ରୀପେରବୁନ୍ଦୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମା ଦ୍ୱାରା ହତ୍ୟା କରାଯାଇଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ତାମିଲନାଡ଼ୁର ଶ୍ରୀପେରମ୍ବୁଦୂରର ଏକ ଜନସଭାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପେରାରିଭଲନ୍ଙ୍କୁ ସେହିବର୍ଷ ଜୁନ୍ ୧୧ରେ ଗିରଫ କରାଯାଇଥିଲା। ପେରାରିଭଲନ୍ଙ୍କୁ ୧୯୯୮ରେ ଟାଡା କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାର ନିଷ୍ପତ୍ତି ନେଇଥିଲେ । ପରେ ଏହି ଦଣ୍ଡକୁ ସୁପ୍ରିମ୍ କୋର୍ଟରେ ଚଲେଞ୍ଜ ଦିଆଯାଇଥିଲା।

୧୯୯୯ରେ ସୁପ୍ରିମ୍ କୋର୍ଟ ଦଣ୍ଡକୁ ବଳବତ୍ତର ରଖିବାକୁ ଆଦେଶ ଦେଇଥିଲେ। ଏହାପରେ ୨୦୧୪ରେ ଏହି ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦିଆଯାଇଥିଲା। ସୁପ୍ରିମ୍ କୋର୍ଟ ଚଳିତବର୍ଷ ମାର୍ଚ୍ଚରେ ପେରାରିଭଲନ୍ଙ୍କୁ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ ପିଟିସନକୁ ବିରୋଧ କରିଥିଲେ। ଏଥି ସହିତ କହିଥିଲେ ଯେ ତାମିଲନାଡ଼ୁ ରାଜ୍ୟପାଳ ମାମଲାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି, ଯିଏ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ପେରାରିଭଲନ୍ ଙ୍କ ମୁକ୍ତି ପରେ ବାକି ଦୋଷୀ ନଳିନୀ ଶ୍ରୀହରନ, ମରୁଗନ ଏବଂ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ମୁକ୍ତି କରାଯିବାର ଆଶା ମଧ୍ୟ ବଢ଼ିଛି ଚାଳିଛି ।

Related posts

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

mahabharatanews

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews

ଚନ୍ଦ୍ରାଯାନ-୩ର ଉଡାଣ ପାଇଁ କାଉଣ୍ଟଡାଉନ ଆରମ୍ଭ

mahabharatanews