ଭାରତ

ସାଧାରଣରୁ ଅସାଧାରଣ ହେଲେ ହାରିସନ୍

ନୂଆଦିଲ୍ଲୀ : ଚେତା ହରାଇଲେ ପାଇଲଟ୍, ବିମାନ ଚଳାଇଲେ ଯାତ୍ରୀ। ମଧ୍ୟାକାଶରେ ଘଟିଲା ଏଭଳି ଅଭାବନୀୟ ଘଟଣା । ବିମାନ ଆକାଶରେ ଉଡ଼ୁଥିବା ବେଳେ ପାଇଲଟ୍ ଚେତାଶୂନ୍ୟ ହୋଇପଡିଥିଲେ । ନିଶ୍ଚିତ ମୃତ୍ୟୁର ଆଶଙ୍କା କରି ଦୃଢ଼ ମନୋବଳ ଦ୍ୱାରା ଜଣେ ଯାତ୍ରୀ ବିମାନକୁ ଉଡ଼ାଇ ଯଥା ସ୍ଥାନରେ ପହଞ୍ଚାଇଥିଲେ । ଏହି ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡା ସହରରେ । ଗତ ୧୦ତାରିଖରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

ଆମେରିକାର ଡାରେନ ହାରିସନ (୩୯) ସିଙ୍ଗିଲ ଇଞ୍ଜିନଯୁକ୍ତ ଚାର୍ଟର ବିମାନରେ ପାଇଲଟଙ୍କ ସହ ଫ୍ଲୋରିଡା ଅଭିମୁଖେ ହାରିସନ ଯାତ୍ର କରୁଥିଲେ । ମଧ୍ୟାକାଶରେ ପାଇଲଟଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । କିନ୍ତୁ କିଛି ସମୟ ପରେ କୌଣସି କାରଣରୁ ପାଇଲଟ ଚେତା ହରାଇବା ପରେ ହାରିସନ ତିଲେ ମାତ୍ର ଭୟ କରିନଥିଲେ । ବିମାନ ଉଡ଼ାଇବାର ସାମାନ୍ୟତମ ଅଭିଜ୍ଞତା ନଥାଇ ସେ ବିମାନକୁ ସଠିକ ଭାବେ ଅବତରଣ କରାଇବାରେ ସଫଳ ହୋଇଥିଲେ । ଏହା ପରେ ଜଣେ ସାଧାରଣରୁ ଅସାଧାରଣ ଯୁବକ ହୋଇ ସମସ୍ତଙ୍କ ପ୍ରଶଂସାଭାଜନ ହୋଇଥିଲେ ।

Related posts

 ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା

mahabharatanews

ରାଜନୀତିରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

mahabharatanews

ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

mahabharatanews