ଭାରତମନୋରଞ୍ଜନ

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

ମୁମ୍ବାଇ : ବିବାଦୀୟ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜ ଏବେ ପୁଣି ଚର୍ଚ୍ଚାରେ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସଂପର୍କକୁ ନେଇ ଅନେଇ ଆଲୋଚନା ହେବାରେ ଲାଗିଥିଲା । ଏବେ ତାଙ୍କର ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଇଡି । ଏହି ପ୍ରତିବନ୍ଧକ ପରେ ଜାକଲିନ ଅନେକ ଥର ବିଦେଶ ଯିବାକୁ ଚେଷ୍ଟା କରିଛନ୍ତି । ହେଲେ ସତ ଚେଷ୍ଟା ପରେ ବି ସେ ଯାଇପାରିନାହାନ୍ତି । ଅନେକ ଥର ଆବେଦନ କରିବା ପରେ ବି ଆବେଦନକୁ ଖାରଜ କରାଯାଉଥିଲା । ଯାହାଫଳରେ ଜାକଲିନ ମିଛ କହି ବିଦେଶ ଯିବାକୁ ଉଦ୍ୟମ କରୁଥିବା ନଜର ଆସିଛି।

ମିଛ କାରଣ ଦେଇ ବିଦେଶ ଯିବାକୁ ଚେଷ୍ଟା କରୁଥିଲେ ଜାକଲିନ୍ । ନେପାଳ ଯିବା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପାଇଁ ଆବେଦନ କରିଥିଲେ ଜାକଲିନ। ଦବଙ୍ଗ ଟୁର ପାଇଁ ସେ ନେପାଳ ଯାଉଥିବା ଆବେଦନରେ ଲେଖିଥିଲେ। ହେଲେ ଇଡି ଜାକଲିନଙ୍କ ଆବେଦନର ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିଥିଲା। ପରେ ଜଣ ପଡିଥିଲା କି, ଦବଙ୍ଗ ଟୁରରେ ସାମିଲ ନୁହନ୍ତି ଜାକଲିନ । ଏସବୁ ଜାଣିବା ପରେ କୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ଜାକଲିନ ।

Related posts

ଆଜି ବସିବ ସର୍ବଦଳୀୟ ବୈଠକ

mahabharatanews

ଆସନ୍ତାକାଲି କୃଷକଙ୍କ ‘ଦିଲ୍ଲୀ ଚଲୋ ଅଭିଯାନ’ 

mahabharatanews

ଭାଙ୍ଗିଲା ଖେଳାଳି କପଲ୍‌ଙ୍କ ଯୋଡି !

mahabharatanews