ଭାରତ

ଶ୍ୟୋକ ନଦୀକୁ ଖସିଲା ଯବାନଙ୍କ ବସ : ୭ ଯବାନ ସହିଦ

ଲଦାଖ: ଲଦାଖ ନିକଟବର୍ତୀ ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯବାନଙ୍କୁ ନେଇ ଯାଉଥିବା ଏକ ବସ ଶ୍ୟୋକ ନଦୀକୁ ଖସି ପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥୋଇସ ନିକଟରେ ଥିବା ପରତାପୁର ଟ୍ରାଜିଂଟ କ୍ୟାମ୍ପରୁ ୨୫ କିଲୋମିଟର ଦୂରରେ ସେକ୍ଟର ହନୀଫକୁ ଯାଉଥିବା ବେଳେ ବସଟି ଘାଟିରୁ ତଳକୁ ଖସି ପଡିଥିଲା । ସେନା ଗାଡି ନଦୀ ତଟରେ ଯାଉଥିବାବେଳେ ଶୋକ ନଦୀର ୫୦-୬୦ ଫୁଟ ତଳକୁ ଖସି ପଡିଥିଲା ।

ସେନାର ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପଂହଚି ଆହତଙ୍କୁ ୪୦୩ ଫିଲ୍ଡ ହସ୍ପିଟାଲରେ ଭର୍ତି କରିଥିଲେ । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କୁ ଖୁବ ଶୀଘ୍ର ଏୟାରଲିଫ୍ଟ କରାଯାଇ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହା ଦୁର୍ଘଟଣା ଥିଲା କି ନାହିଁ ତାହା ତଦନ୍ତକାରୀ ଦଳ ନିଶ୍ଚିତ ହେବାକୁ ଯାଉଛନ୍ତି । ସେନାର ପ୍ରମୁଖ ଅଧିକାରୀଙ୍କ ନିକଟରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Related posts

ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

mahabharatanews

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନ

mahabharatanews

୩୧ ତାରିଖରେ ହଟିବାକୁ ଯାଉଛି କରୋନା କଟକଣା

mahabharatanews