ଓଡିଶାଖେଳଭାରତ

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ ପ୍ରସ୍ତୁତ ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ ଏହାରି ଭିତରେ ଦେଖା ଦେଇଛି କରୋନା ସଂକ୍ରମଣ । ଏଣୁ ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟ୍ରେ ମଧ୍ୟ ଉଲ୍ଲେଖ ରହିଛି । ସେପଟେ ଗୁଳୁଗୁଳିକୁ ନଜର ରଖି ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସାଙ୍ଗରେ ପନିବଟାଲ ମଧ୍ୟ ନେବାକୁ ପରାମର୍ଶ କରାଯାଇଛି ।

 

Related posts

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ, ରୁଷ୍‌ର ବିମାନ ବନ୍ଦର ନଷ୍ଟ

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ଶଙ୍ଖଭବନରେ ନୂଆପଡା ପରାଜୟ ଉପରେ ସମୀକ୍ଷା କରିଛନ୍ତି ନବୀନ ପଟ୍ଟନାୟକ

mahabharatanews