ଓଡିଶା

ଗତ ୨୪ ଘଣ୍ଟାରେ ଦେଶରୁ ୮୦୮୪ ନୂଆ ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ।  ଗତ ୨୪ ଘଣ୍ଟାରେ ଦେଶରୁ ମୋଟ ୮୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୮ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଏହାକୁ ମିଶାଇ ଦୈନିକ ସଂକ୍ରମଣ ହାର ବଢିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ପଜିଟିଭ ହାର ୩.୨୪ ରହିଛି । ଏହା ଯଦି ୫ ପ୍ରତିଶତ ଉପକୁ ଯାଏ ତେବେ ନୂଆ ଲହରକ ସଙ୍କେତ ଦେବ। ଦେଶରେ କିଛି ଦିନର ବ୍ୟବଧାନ ପରେ କଡ଼ ଲେଉଟାଇଲାଣି କରୋନା।

ବର୍ତ୍ତମାନ ମୋଟ କୋଭିଡ ମାମଲା ବଢ଼ିଯାଇ ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧ ହୋଇଛି। ପ୍ରାୟ ୪ ମାସ ପରେ ଦୈନିକ ସଂକ୍ରମଣ  ତିନି ପ୍ରତିଶତ ଉପରେ ରହିଛି। ତେବେ ଶନିବାର ତୁଳନାରେ ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ କମ୍‌ ରହିଛି।

Related posts

 ଆଜିଠୁ ଆରମ୍ଭ ହେବ ପହିଲି ଭୋଗ ନୀତି

mahabharatanews

ଲକ ଡାଉନରେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କ କଟକଣା

mahabharatanews

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

mahabharatanews