ଭାରତମନୋରଞ୍ଜନ

କ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲ

ମୁମ୍ବାଇ: ବିକ୍କି କୌଶଲ ଏବଂ କ୍ୟାଟ୍ରିନା ବିବାହ କରିବା ପରେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହିଛନ୍ତି। କାମରୁ ଟିକେ ଫୁରସତ ମିଳିଲେ ଦୁହେଁ ବାହାରକୁ ବୁଲିବାକୁ ଯାଆନ୍ତି। କିନ୍ତୁ ଏହା ମଧ୍ୟରେ ଏମିତି କିଛି ଫଟୋ ଭାଇରଲ ହେଉଛି, ଯାହା ଦେଖି କ୍ୟାଟ୍‌ଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିକ୍କି ଏବଂ ତୃପ୍ତି ଡିମରୀଙ୍କର କିଛି ବୋଲ୍ଡ ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଯେଉଁଥିରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଦୀ କୂଳରେ ନଜର ଆସିଛନ୍ତି। ତୃପ୍ତି ଡିମରୀ ହଳଦିଆ ରଙ୍ଗର ବୋଲ୍ଡ ଡ୍ରେସ ପିନ୍ଧିଥିବା ବେଳେ ବିକ୍କି ଧଳା ରଙ୍ଗର ପ୍ୟାଣ୍ଟ ସାର୍ଟ ପିନ୍ଧୁଥିବା ନଜର ଆସିଛନ୍ତି। ତେବେ ଏହି ଫଟୋକୁ ନେଇ ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି।

ବିକ୍କି କ୍ୟାଟ୍ରିନାଙ୍କୁ ଛାଡି କାହା ସହିତ ରୋମାଣ୍ଟିକ ହେଉଛନ୍ତି ବୋଲି ଫ୍ୟାନ୍ସ ପଚାରୁଛନ୍ତି।ସୂଚନାନୁସରେ , ଏହି ଫଟୋ କ୍ରୋଏସିଆରେ କ୍ଲିକ୍‌ କରାଯାଇଛି। ଯେଉଁଠି ବିକ୍କି ଏବଂ ତୃପ୍ତି ଅପକମିଂ ଫିଲ୍ମର ସୁଟିଂ କରୁଛନ୍ତି। ବିକ୍କି ଏବଂ ତୃପ୍ତିଙ୍କର ଏହି ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଆଉ ଫ୍ୟାନ୍ସ ଫଟୋ ଦେଖି କମେଣ୍ଟ କରୁଛନ୍ତି। ୟୁଜର୍ସ କମେଣ୍ଟ କରିଛନ୍ତି ଭାଇ କ୍ୟାଟ୍ରିନା ଭାଉଜ କୁଆଡେ ଗଲେ ?’ ଆଉ କିଏ କହୁଛି, ଭାଉଜକୁ ଛାଡି ଆପଣ କାହା ସହିତ ବୁଲୁଛନ୍ତି।

ଦୁହିଁଙ୍କ ଅପକମିଂ ଫିଲ୍ମର ନିର୍ଦ୍ଦେଶନା ଆନନ୍ଦ ତିଓ୍ଵାରୀ କରୁଛନ୍ତି। ଏଥିରେ ଫରାହ ଖାନ କ୍ୟାଟ୍ରିନାଙ୍କୁ ଇର୍ଷା କରାଇବା ପାଇଁ ଏହି ଫଟୋ ସେୟାର କରିଥିଲେ। ଏହି ଫଟୋ ସେୟାର ଫରାହ ଲେଖିଥିଲେ, ଏବେ ତାକୁ ଆଉ କିଏ ମିଳିଯାଇଛି। କ୍ୟାଟ୍ରିନା ଏହି ପୋଷ୍ଟ ଦେଖିବା ପରେ ଏହାକୁ ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରି ଲେଖିଛନ୍ତି ଆପଣଙ୍କୁ ଅନୁମତି ମିଳିଛି। ଏହା ପରେ ବିକ୍କି ଲେଖିଛନ୍ତି, ଆମେ କେବଳ ସାଙ୍ଗ। ଏମିତି କିଛି ବୋଲ୍ଡ ଫଟୋ ଭାଇରଲକୁ ନେଇ ଚର୍ଚ୍ଚା ଧରିଛି ।

Related posts

କୋଣାର୍କ ଚକ୍ର ଦେଖି ଅଟକି ଗଲେ ରାଷ୍ଟ୍ରପତି

mahabharatanews

ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ

mahabharatanews

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

mahabharatanews