ଭାରତ

ସ୍ପାଇସଜେଟ୍ କ୍ୟାବିନରେ ଧୂଆଁ

ଦିଲ୍ଲୀ: ପୁଣି ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ। ଆଜି ସକାଳେ ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ୍ ବିମାନ ଉଡାଣର କିଛି ମିନିଟ୍ ମଧ୍ୟରେ ଦିଲ୍ଲୀ ଫେରି ଆସିଥିଲା। ବିମାନ ଉଡାଣ ଭରିବା ପରେ ୫ ହଜାର ଫୁଟ୍ ଉପରେ ପହଞ୍ଚିବା ପରେ କ୍ୟାବିନରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପାଇଲଟ୍। ଏହା ପରେ ତୁରନ୍ତ ବିମାନକୁ ଦିଲ୍ଲୀ ଏୟାରପୋର୍ଟକୁ ଫେରାଇ ଅଣାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କ୍ୟାବିନେଟରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଜବଲପୁର ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଜୁନ୍ ୧୯ ତାରିଖରେ ମଧ୍ୟ ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ ହୋଇଥିଲା। ଫ୍ଲାଇଟରେ ନିଆଁ ଲାଗିବା ଖବର ଆସିବା ପରେ ଦିଲ୍ଲୀ ଯାଉଥିବା ବିମାନକୁ ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ଏହାଛଡା ଅଳ୍ପ କିଛିଦିନ ତଳେ ସ୍ପାଇସ ଜେଟ୍ ବିମାନ ଡେଣାରେ ଏକ ପକ୍ଷୀ ମାଡ ହୋଇଯିବାରୁ ଡେଣାରେ ନିଆଁ ଲାଗିଥିଲା। ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।

Related posts

ଦାନିଶ ସିଦ୍ଦିକଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ

mahabharatanews

ନଦୀରେ ଡଙ୍ଗା ଓଲଟି ୧୧ ମୃତ

mahabharatanews

‘ତାଲ ଦରବାର’ରେ ଗିନିସ ରେକର୍ଡ

mahabharatanews