ଓଡିଶା

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

ଭୁବନେଶ୍ୱର: ଟାଟା ଷ୍ଟିଲ ରଙ୍ଗ ପ୍ରଡକ୍ଟସ ଲିମିଟେଡ ଏନଆଇଏନଏଲକୁ ଅଧିଗ୍ରହଣ ଗ୍ରହଣ କରିଛି। କ୍ଷତିରେ ଚାଲୁଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ଘରୋଇକରଣ ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ଜାରି କରିଥିଲେ। ଏଥିଲାଗି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ (ଟଏସଏଲପି) ବିଡିଂ ହାସଲ କରିଥିଲେ। ୧୨,୧୦୦ କୋଟିରେ ନୀଳାଚଳ କମ୍ପାନୀକୁ ଅଧିଗ୍ରହଣ କରିବ ପୂର୍ବରୁ ଟାଟା ଘୋଷଣା କରିଥିଲେ। ଯାହାର ଦେଣନେଣ ପ୍ରକ୍ରିୟା ଶେଷ ହୋଇଛି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯାଇଥିବା ନେଇ ଦୀପମ ସଚିବ ତୁହିନୀକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ନୀଳାଚଳ ଇସ୍ପାତ କମ୍ପାନୀରେ ୬ ରଷ୍ଟ୍ରାୟତ୍ତ ଉଦ୍ୟୋଗର ୯୩.୭୧ ପ୍ରତିଶତ ଅଂଶଧନ ରହିଥିଲା। ଟାଟା ଗ୍ରୁପର ସହଯୋଗୀ ଟିଏସଏଲପିକୁ ଅଂଶଧନ ହସ୍ତାନ୍ତର ପ୍ରକ୍ରିୟା ଶେଷ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ୪ କମ୍ପାନୀ ଯଥା ଏମଏସଟିିସି ଏନଏମଡିସି, ଭେଲ ଏବଂ ମେକନ ସମେତ ଓଡି଼ଶା ସରକାରଙ୍କ ୨ କମ୍ପାନୀ ଓଏମସି ଏବଂ ଇପିକଲ ପ୍ରମୁଖ ଅଂଶୀଦାର ଥିଲେ। ନୀଳାଚଳ କମ୍ପାନୀ ଅଧିଗ୍ରହଣ ପରେ ଓଏମସିକୁ ୧୨୪.୬ ଏବଂ ଇପିକଲକୁ ୪୫୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଦପମ ସଚିବ ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି। ନୀଳାଚଳ କମ୍ପାନୀ ବିକ୍ରୟ ଲାଗି ୨୦୨୨ ଜାନୁଆରୀରେ ଟେଣ୍ଡର ଡକାଯାଇଥିଲା। ଯେଉଁଥିରେ ଟାଟା ସର୍ବାଧିକ ବିଡ ପ୍ରସ୍ତାବ ଦେଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ଅଂଶଧନ କ୍ରୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାପରେ ଅପରେସନାଲ କ୍ରେଡିଟରଙ୍କ ପ୍ରାପ୍ୟ, କର୍ମଚାରୀଙ୍କ ପ୍ରାପ୍ୟ ଓ ବିକ୍ରେତାଙ୍କ ଆର୍ଥିକ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଯଥା ଶିଘ୍ର ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯକ୍ଷମ କରାଯିବା ସହ ଆଗାମୀ କିଛି ବର୍ଷ ମଧ୍ୟରେ ବାର୍ଷିକ ୪.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଲଙ୍ଗ ପ୍ରଡକ୍ଟ କମ୍ପେ୍ଲକ୍ସ ନିର୍ମାଣ ମାଧ୍ୟମରେ କ୍ଷମତା ସଂପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନକୁ ବୃଦ୍ଧି କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

mahabharatanews

ଯୁବକଙ୍କୁ ଦଳି ଦେଲା ଦନ୍ତା

mahabharatanews

ପୁରୀ ବାହାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା

mahabharatanews