ଓଡିଶାପାଣିପାଗ

୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷା ହେବାର ସମ୍ଭାବନା !

ଭୁବନେଶ୍ୱର : ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୫ ତାରିଖରୁ ରାଜ୍ୟରେ ସାମାନ୍ୟବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ଖାଲି ସେତିକି ନୁହେଁ, ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୪ ତାରିଖ ଦିନ ରାଜ୍ୟର ପାଗ ଶୁଖିଲା ରହିବ । ୫ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି । ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ।

ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ । ସେହିପରି ଦେଶରେ କିନ୍ତୁ ବର୍ଷା ସ୍ବାଭାବିକ ରହିବ। ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ-କେନ୍ଦ୍ରୀୟ ଭାରତ ଓ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ଭଲ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଉପକୂଳ, ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ବର୍ଷାର ପରିମାଣ କମ୍‌ ରହିବ।

Related posts

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୬ ଉଦଘାଟିତ

mahabharatanews

ଲାଞ୍ଜି ଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ସଚେତନତା ସଭା

mahabharatanews

ଓଡି଼ଶା ପଖାଳକୁ ମିଳୁ ଜିଆଇ ଟ୍ୟାଗ ମାନ୍ୟତା

mahabharatanews