ଓଡିଶାସ୍ୱାସ୍ଥ୍ୟ

ବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୯୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ। ଗତକାଲି ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଥିବା ବେଳେ ଆଜି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମଣ ୧୩୧୫୬୦୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୦୦୦୨୩ ଜଣ।

ଏବେ ବି ସକ୍ରିୟ ଅଛନ୍ତି ୬୩୮୫ ଜଣ।ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୭, ବରଗଡ଼ରୁ ୫୪, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୪, ବୌଦ୍ଧରୁ ୧୨, କଟକରୁ ୩୬, ବେଗଡ଼ରୁ ୭, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତ୍‌ସିଂହପୁରରୁ ୮, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୯, ଖୋର୍ଦ୍ଧାରୁ ୧୩୩, କୋରାପୁଟରୁ ୨୯, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୨୩, ନୂଆପଡ଼‌ାରୁ ୯, ପୁରୀରୁ ୧୨, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୬୮, ‌ସୋନପୁରରୁ ୨୮, ସୁନ୍ଦରଗଡ଼ରୁ ୨୫୦ ଓ ଷ୍ଟେଟ୍‌ପୁଲ୍‌ରୁ ୩୦ ସଂକ୍ରମିଚ ଚିହ୍ନଟ ହୋଇଛନ୍ତି।

Related posts

୨୫ ବରିଷ୍ଠ ଓଏସ ଅଫିସରଙ୍କ ବଦଳି

mahabharatanews

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

mahabharatanews

କଟକଣାରୁ ଓହରିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ବିଏମସି

mahabharatanews