ଓଡିଶାପାଣିପାଗ

ବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ 

ଯାଜପୁର: ବୈତରଣୀ ନଦୀରେ ବନ୍ୟା ସମସ୍ୟା । ବନ୍ୟା ହେବା ଯୋଗୁ ଏବେ ଯାଜପୁର ଜିଲ୍ଲାର ଚାଷୀ ଚିନ୍ତାରେ ଅଛନ୍ତି। ସୂଚନାନୁସାରେ , ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀରେ ୪ଟି ସ୍ଥାନରେ ଅତଡ଼ା ଖସିଛି। ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟାପଡ଼ାଠାରେ ୪ଟି ସ୍ଥାନରେ ନଦୀବନ୍ଧ ଧସିଯାଇଛି। ୩ଟି ସ୍ଥାନ ମଲ୍ଲିକାପୁର ଗାଁ ପାର୍ଶ୍ୱରେ ଧସିଥିବାବେଳେ ଗୋଟିଏ କଣ୍ଟାପଡା ଗାଁ ପାର୍ଶ୍ୱକୁ ଧସିଛି। ୪ଟି ସ୍ଥାନରେ ପ୍ରାୟ ୫୦୦ ମିଟରରୁ ଅଧିକ ଧସିଯାଇଛି।

ଅନ୍ୟପକ୍ଷରେ ପୂର୍ବ ବର୍ଷ କଣ୍ଟାପଡା ଠାରେ ହୋଇଥିବା ଘାଇ ଖୋଲା ରହିଥିବାରୁ ସେହି ବାଟଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଚାଷଜମିରେ ପାଣି ମାଡିଯାଇଛି। ଏଥିଲାଗି ଧାନବିଲ ନଷ୍ଟ ହେବା ସାଙ୍ଗକୁ ଚାଷ କାମରେ ବ୍ୟାଘାତ ସୃଷ୍ଟି ହୋଇଛି।ଦିନ ଗୋଟାଏ ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୭.୯୨ ରହିଛି । ବିପଦ ସଙ୍କେତର ଢ଼େର ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି।

Related posts

ହିଜବୁଲ ମୁଜାହିଦୀନ କମାଣ୍ଡର ଫସିରହିଛି ସୁରକ୍ଷା କର୍ଡନରେ

mahabharatanews

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

mahabharatanews

 ସିଧାରପ୍ରସ।ରଣକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

mahabharatanews