ପୁରୀ: ଜମି ମାଫିଆଙ୍କୁ ଗିରଫ ଦାବିରେ ଜାତୀୟ ଦଳିତ ମହାସଂଘର ପକ୍ଷରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ଜମି ମାଫିଆମାନେ ତହସିଲ ପ୍ରଶାସନକୁ ହାତରେ ରଖି ଗରିବ ଲୋକଙ୍କ ଜମିକୁ ଜୋର ଜବରଦସ୍ତ ଅକ୍ତିଆର କରିବା ସହ ଅସାମାଜିକ ଯୁବକଙ୍କ ସହଯୋଗରେ କ୍ରୟ କରୁଛନ୍ତି। ସେପଟେ ଜମି ବିକ୍ରେତାଙ୍କୁ ଟଙ୍କା ନଦେବା, କିଛି ସ୍ଥାନରେ ଜମିକ୍ରେତାଙ୍କ ପ୍ରତି ଚଞ୍ଚକତା କରିବା ଭଳି ଘଟଣାକୁ ସଂଘ ଅଭିଯୋଗ କରିଛି। ସେପଟେ ସରକାରୀ ଜମିରେ ବସବାସ କରୁଥିବା ଗରିବ ଲୋକଙ୍କ ପ୍ରତି ସ୍ଥାନୀୟ ତହସିଲ ପ୍ରଶାସନ ଅନ୍ୟାୟ କରିଛି। ସେହି ଜମି ଗୁଡିକୁ ତହସିଲ ପ୍ରଶାସନ ଚଞ୍ଚକତା ଭାବେ ଜମି ମାଫିଆକୁ ଟେକି ଦେଉଥିବା ସଂଘ ପ୍ରକାଶ କରିଛି। ଜମି ବିକ୍ରେତାମାନେ ଟଙ୍କା ମାଗିଲେ ତାଙ୍କ ବିରୁଦ୍ଧରେ ମିଛ ଏତାଲା ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ତେଣୁ ଜମି ମାଫିଆଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ ସହ ମାଫିଆଙ୍କୁ ଗିରଫ କରିବା ଲାଗି ସଂଘ ଦାବି କରିଛି। ଆଗାମୀ ଦିନରେ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟ ନମିଳିଲେ ଦଳିତ ସଂଗଠନ ପକ୍ଷରୁ ହଜାର ହଜାର ସଂଖ୍ୟାରେ ପିପିଲି ଟୋଲ ଗେଟ ଠାରୁ ଶୋଭାଯାତ୍ରାରେ ବାହାରି ଡିଜି ଅଫିସ ପର୍ଯ୍ୟନ୍ତ ଯିବ ବୋଲି ଜାତୀୟ ଦଳିତ ମହାସଂଘର ସଭାପତି ସୂଚନା ଦେଇଛନ୍ତି।
previous post
next post