ଭାରତରାଜନୀତି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଲାଗି ନୀତଶ କୁମାର ଶପଥ ନେବା ପରେ ଆଜି ତାଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରିଛନ୍ତି। ଏଥିରେ ୩୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ମଣ୍ଡଳରେ ଆରଜେଡିରୁ ୧୬ ଜଣଙ୍କୁ ସାମିଲ କରାଯାଇଥିବାବେଳେ ଜେଡିୟୁରୁ ୧୧ ଜଣଙ୍କୁ ସାମିଲ କରାଯାଇଛି। ଏଥି ସହିତ କଂଗ୍ରେସର ୨ ଜଣ ଏଚଏମଏ ସ୍ଥାନ ପାଇଛନ୍ତି। ରାଜ୍ୟରେ ମହାଗଠବନ୍ଧନ ସରକାରର ଚୁକ୍ତିନାମା ଅନୁଯାୟୀ ବିହାର ବିଧାନସଭାରେ ବୃହତ୍ତମ ଦଳ ଭାବେ ଆରଜେଡି ପାଖରେ ସର୍ବାଧିକ ମନ୍ତ୍ରୀପଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ଦୁଇ ନମ୍ବରରେ ରହିଛି। ମନ୍ତ୍ରୀମଣ୍ଡଳରେ ଜେଡିୟୁ ପାଖରେ ଥିବା ବିଭାଗ ଅପରିବର୍ତ୍ତିତ ରହିବ। ବିଜେପି ପାଖରେ ଥିବା ବିଭାଗ ଗୁଡିକୁ ଆରଜେଡି ନେତାମାନଙ୍କୁ ପ୍ରଦାନ କରାଯିବ। କେବଳ ଅର୍ଥ ଓ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯିବ। ଜେଡିୟୁ ପାଖରେ ଅର୍ଥ ବିଭାଗ ରହିବ ଆରଜେଡିକୁ ଶିକ୍ଷା ବିଭାଗ ପ୍ରଦାନ କରାଯିବ। ନୀତିଶ ଓ ତେଜସ୍ୱୀ ଦଳରେ ମୁସଲିମଙ୍କ ମଧ୍ୟରୁ ୫ ଜଣ ଓବିସି/ଇବିସିରୁ ୧୭ ଜଣ, ଉଚ୍ଚ ଜାତିରୁ ୬ ଜଣ, ଏସସିରୁ ୫ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଜେଡିୟୁରୁ ବିଜୟ ଚୌଧୁରୀ, ବିଜୟନ୍ଦର ଯାଦବ, ଅଶୋକ ଚୌଧୁରୀ, ଜାମା ଖାନ ଚେନପୁର. ଜୟନ୍ତ ରାଜ, ସୁନୀଲ କୁମାର ପ୍ରମୁଖଙ୍କୁ ସାମିଲ କରାଯାଇଛି। ସେହିପରି ଆରଜେଡିରୁ ତେଜ ପ୍ରତାପ ଯାଦବ, ଆଲୋକ ମେହେଟ୍ଟା, ଅନୀତା ଦେବୀ, କୁମାର ସର୍ଜଜିତ, ସମୀର କୁମାର ମହସଥ, ମୋ ଶାହନାଖଜ, ରାମାନନ୍ଦ ଯାଦବ, ସୁରେନ୍ଦ୍ର ଯାଦବ ପ୍ରମୁଖଙ୍କୁ ସାମିଲ କରାଯାଇଛି।

Related posts

 ଇନ୍ଧନ ଡିପୋରେ ବଡ଼ ଧରଣର ଅଗ୍ନିକାଣ୍ଡ , ୩୪ ମୃତ

mahabharatanews

ଦୁର୍ଘଟଣାଗ୍ରସ୍ତ ବସକୁ ପିଟିଲା କାର , ୫ ଜୀବନ୍ତ ଦଗ୍ଧ

mahabharatanews

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

mahabharatanews