ଓଡିଶା

ମରିଗଲା ମାନବିକତା

ଜାତିଭେଦ ଲାଗି କାନ୍ଧ ଦେଲେନି ସାହିଭାଇ

କୋରାପୁଟ: ମରିଗଲା ମାନବିକତା। ଜାତିଭେଦ ଲାଗି କାନ୍ଧ ଦେଲେନି ସାହିଭାଇ। ଫଳରେ ପୁଅ ନିଜ ମାଆର ଶବକୁ ଘୋଷାଡି ଘୋଷାଡି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରର ବୈରାଗୀ ମଠ ଗାଁରେ। ଗାଁର ଜଣେ ଯୁବକ ଅନ୍ୟ ଜାତିରେ ଖାଇଦେବାରୁ ତାଙ୍କ ପରିବାରକୁ ସାହି ଭାଇ ପକ୍ଷରୁ ବାସନ୍ଦ କରାଯାଇଥିଲା। ଖାଲି ସେତିକି ନୁହେଁ ପରିବାରର ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ସାହିଭାଇ ମାନେ କାନ୍ଧ ଦେବାକୁ ଆସିଲେନି। ଶେଷରେ ଅସହାୟ ପୁଅ ନିଜ ମାଆର ମୃତଦେହକୁ ଘୋଷାଡି ଘୋଷାଡି ନେବାକୁ ବାଧ୍ୟ ହୋଇଥିଲା। ବର୍ତ୍ତମାନର ଡିିଜିଟାଲ ଯୁଗରେ ଛୁଆଁ ଅଛୁଆଁ ଭେଦଭାବ ଲାଗି ଲୋକଙ୍କ ମାନବିକତା ମରିଯାଇଛି। କିଛି ସମୟ ତଳେ ସେହି ପରିବାରକୁ ସାମାଜିକ ବାସନ୍ଦ କରାଯାଇନଥିବା ବେଳେ ଗାଁର କୌଣସି ପର୍ବପର୍ବାଣିରେ ବି ସାମିଲ କରାଯାଇନଥିଲା।

Related posts

ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୩୩୯୦ ଆକ୍ରାନ୍ତ ଚିହ୍ନଟ ସହ ୧୦୩ ଟି ଜୀବନ ନେଇଛି କରୋନା ଭାଇରସ

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews

ଏସଓପି ପାଳିନ ପୂର୍ବକ ଖୋଲିଲା ନବମ ଶ୍ରେଣୀ

mahabharatanews