ଓଡିଶାଦୁର୍ଘଟଣା

ବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ବସ କଣ୍ଡକ୍ଟର, ଟ୍ରକ ଚାଳକ ଓ ଜଣେ ବସ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଉମରକୋଟ ଯାଉଥିଲା ଘଟିଛି ଏଭଳି ଘଟଣା ।

ବୃନ୍ଦାବନଠାରେ ସାମ୍ନା ପଟରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ବୌଦ୍ଧ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ , ନବରଙ୍ଗପୁର ଜିଲ୍ଲା ଆମ୍ବପାଣି ଘାଟିରେ ଏକ ସରକାରୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ବସ ଓ ଟ୍ରକ ଡ୍ରାଇଭର ଗୁରୁତର ଥିବା ଜଣାଯାଇଛି। ଗୁରୁତରମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପାପଡାହାଣ୍ଡି ଓ କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି।

Related posts

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ

mahabharatanews

ଜଳ ସଙ୍କଟ ଯୋଗୁଁ ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି ଦେଖିବାକୁ ମିଳିପାରେ

mahabharatanews

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ’ ପୁରୀରେ ଲୋକାର୍ପିତ

mahabharatanews