ଓଡିଶାଦୁର୍ଘଟଣା

ବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ବସ କଣ୍ଡକ୍ଟର, ଟ୍ରକ ଚାଳକ ଓ ଜଣେ ବସ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଉମରକୋଟ ଯାଉଥିଲା ଘଟିଛି ଏଭଳି ଘଟଣା ।

ବୃନ୍ଦାବନଠାରେ ସାମ୍ନା ପଟରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ବୌଦ୍ଧ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ , ନବରଙ୍ଗପୁର ଜିଲ୍ଲା ଆମ୍ବପାଣି ଘାଟିରେ ଏକ ସରକାରୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ବସ ଓ ଟ୍ରକ ଡ୍ରାଇଭର ଗୁରୁତର ଥିବା ଜଣାଯାଇଛି। ଗୁରୁତରମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପାପଡାହାଣ୍ଡି ଓ କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି।

Related posts

ବଡ଼ ଦାଣ୍ଡରେ ପ୍ରବଳ ଭିଡ଼, ଅସାଧୁ ବ୍ୟବସାୟୀଙ୍କ ଉତ୍ପାତ

mahabharatanews

ଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୧୪୩

mahabharatanews

ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews