Accidentଭାରତ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ; ପତ୍ନୀ ଓ ଡ୍ରାଇଭରଙ୍କ ଗୁରୁତର

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଏ ଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶରେ । କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କର କାର୍ଯ୍ୟକାଳ ସେପ୍ଟମ୍ବର ୩୦ ତାରିଖ ଯାଏଁ ବଢାଇଥିଲେ । ଗୋରଖପୁର ନଗର ନିଗମ ଆୟୋଗରୁ ଅବସର ପରେ ମୋତିଲାଲ ଗୋରଖନାଥ ମନ୍ଦିର ଟ୍ରଷ୍ଟ ସହ ଜଡିତ ହୋଇଥିଲେ ।

ମନ୍ଦିରର ବିକାଶମୂଳକ କାର୍ଯ୍ୟ ସହ ଲୋକଙ୍କର ସମସ୍ୟା ବୁଝୁଥିଲେ । ସେହି କାଯ୍ୟ ପାଇଁ ଯାଉଥିଲେ ମୋତିଲାଲ ଓ ତାଙ୍କ ପତ୍ନୀ । ମୋତିଲାଲ ଓ ତାଙ୍କ ପତ୍ନୀ କାରରେ ଥିବାବେଳେ ଡ୍ରାଇଭର ଗାଡି ଚଳାଉଥିଲା । ହେଲେ ହଠାତ୍ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏବଂ ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ଗୋରଖପୁର ମେଡିକଲ କଲେଜରେ ଭର୍ତ୍ତି କରାଯାଇଛି ।

 

Related posts

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ  ୧,୦୨୧ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ଥମୁନି ମଣିପୁର ହିଂସା: ପୋଡିଦେଲେ ମନ୍ତ୍ରୀଙ୍କ ଗୋଦାମ 

mahabharatanews