ଅପରାଧଭାରତ

ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇଲେ ୟୁଟ୍ୟୁବର୍‌

ଡେରାଡୁନ: ବିବାଦରେ ଏବେ ୟୁଟ୍ୟୁବର୍‌ । ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇବା ପଡିଲା ମାହାଙ୍ଗା । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ଏଭଳି କାଣ୍ଡ କରିବା ପରେ ଫେରାର ଅଛନ୍ତି ୟୁଟ୍ୟୁବର୍‌ ।ୟୁଟ୍ୟୁବର୍‌ ହେଉଛନ୍ତି ବବି କଟାରିଆ ସୂଚନାନୁସାରେ , ନିକଟରେ ବବି କଟାରିଆଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ବିବାଦ ଉପୁଜିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହା ଡେରାଡୁନ-ମସୁରୀ ଜାତୀୟ ରାଜପଥର ଥିବା ଜଣାପଡିଥିଲା।

ଏହାପରେ ପୁଲିସ କଟାରିଆଙ୍କ ବିରୋଧରେ ମାମଲା ରୁଜୁ କରି ତିନୋଟି ନୋଟିସ୍‌ ପଠାଇଥିଲା। କିନ୍ତୁ ସେ ଗୋଟିଏର ବି ଉତ୍ତର ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା ପୁଲିସ। କଟାରିଆଙ୍କୁ ଗିରଫ କରିବା ପାଇଁ ହରିୟାଣାର ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଚଢ଼ାଉ ମଧ୍ୟ କରିଥିଲା ପୁଲିସ। କିନ୍ତୁ ସେ ଫେରାର ଥିବା ଜଣାପଡିଥିଲା। ସେଥିପାଇଁ ଉତ୍ତରାଖଣ୍ଡ ପୁଲିସ ଏହି ମାମଲାରେ ଫେରାର ବବି କଟାରିଆଙ୍କ ନାଁରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଛି।

Related posts

କରୋନାଠାରୁ ଅଧିକ ମାରାତ୍ମକ ନିପା ଭାଇରସ

mahabharatanews

କଷ୍ଟରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି 

mahabharatanews

ଥମୁନି ମଣିପୁର ହିଂସାକାଣ୍ଡ : ଗଲାଣି ୫୦ରୁ ଅଧିକ ଜୀବନ 

mahabharatanews