ବିଶ୍ୱଭାରତଵାଣିଜ୍ୟ

ପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହ

ଫାଇଦାରେ ରହିପାରନ୍ତି ଭାରତୀୟ କୃଷକ

ନୂଆଦିଲ୍ଲୀ: ଲାହୋର ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁ ପନିପରିବା ଓ ଫଳର ମୂଲ୍ୟ ଆକାଶଛୁଆଁ ହୋଇଛି। ଲାହୋର ବଜାରରେ ଟମାଟୋ ଏବଂ ପିଆଜର ମୂଲ୍ୟ କିଲୋ ପିଛା ଯଥାକ୍ରମେ ୫ ଶହ ଏବଂ ୪ ଶହରେ ପହଞ୍ଚିଛି। ବନ୍ୟା ଯୋଗୁ ବାଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଭାରତରୁ ଟମାଟୋ ଏବଂ ପିଆଜ ଆମଦାନୀ କରିପାରିବେ। ବଜାରର ହୋଲସେଲ ବ୍ୟବସାୟୀମାନେ ଏହି ସୂଚନା ଦେଇଛନ୍ତି। ଲାହୋର ବଜାରର ହୋଲସେଲର ଜବାବ ରିଜଭି କହିଛନ୍ତି, ରବିବାର ଲାହୋର ବଜାରରେ ଟମାଟୋ ଏବଂ ପିଆଜର ମୂଲ୍ୟ ଯଥାକ୍ରମେ ୫ ଶହ ଏବଂ ୪ ଶହ ଟଙ୍କା ରହିଥିଲା। ତେବେ ରବିବାର ବଜାରରେ ଟମାଟୋ ଏବଂ ପିଆଜ ସହିତ ଅନ୍ୟାନ୍ୟ ପନିପରିବା ନିୟମିତ ବଜାର ତୁଳନାରେ କିଲୋଗ୍ରାମ ପିଛା ଶହେ ତଳକୁ ରହିଥିଲା।

ଆଗାମୀ ଦିନରେ ବାଲୁଚିସ୍ତାନ, ସିନ୍ଧ. ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭବିତ ହୋଇଥିବାରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି। ଆଗାମୀ ଦିନରେ ଟମାଟୋ ଓ ପିଆଜର ଦର କିଲୋ ପିଛା ୭ ଶହ ଟଙ୍କା ପାର କରିପାରେ ବୋଲି କହିଛନ୍ତି। ସେହିଭଳି ଆଳୁର ମୂଲ୍ୟ କିଲୋଗ୍ରାମ ପିଛା ୪୦ ଟଙ୍କାରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ୱାଗା ସୀମା ଦେଇ ଭାରତରୁ ପିଆଜ ଏବଂ ଟମାଟୋ ଆମଦାନୀ କରିବାର ବିକଳ୍ପ ଉପରେ ସରକାର ଦୃଷ୍ଟି ରଖିଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନରୁ ଲାହୋରର ଟୋର୍କାମ ସୀମା ଏବଂ ପଞ୍ଜାବ ଅନ୍ୟ ସହର ଗୁଡିକରେ ଟମାଟୋ ଓ ପିଆଜ ଯୋଗାଇ ଦିଆଯାଉଛି। ଲାହୋର ମାର୍କେଟ କମିଟିର ସଚିବ ଶାହଜାଦ ଖେମା କହିଛନ୍ତି ଯେ ବନ୍ୟା ଯୋଗୁଁ ବଜାରରେ କ୍ୟାପସିକମ ପରି ପନିପରିବା ଅଭାବ ମଧ୍ୟ ଦେଖାଦେଇଛି। ଖେମା କହିଛନ୍ତି ଯେ ସରକାର ଭାରତରୁ ପିଆଜ ଏବଂ ଟମାଟୋ ଆମଦାନୀ କରିପାରିବେ। ଇରାନ ସରକାର ଆମଦାନୀ ଏବଂ ରପ୍ତାନୀ ଉପରେ ଟିକସ ବଢାଇଥିବାରୁ ଇରାନରୁ ପନିପରିବା ଆମଦାନୀ କରିବା ଏତେ ସହଜ ନୁହେଁ।

Related posts

୪ ମାସରେ ଧୂଳିସାତ୍ ଗଣମାଧ୍ୟମ

mahabharatanews

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

ଅଯୋଧ୍ୟାରେ କେଏଫସି

mahabharatanews