ଭାରତରାଜନୀତି

ମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁ

ସ୍ଲୋଗାନରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ

ପାଟନା: ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତି ସମେତ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ନୀତିଶ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଜେଡିୟୁ ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ପୋଷ୍ଟର ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛି ରାଜ୍ୟରେ ଦେଖାଇଛି, ଦେଶରେ ଦେଶରେ ଦେଖାଇବି ଜୁମଲା ନୁହେଁ ବାସ୍ତବତା, ଆଶ୍ୱାସନା ସୁଶାସନ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି।
ସୂଚନା ଅନୁସାରେ ୨୦୨୪ ଲୋକସଭା ନିର୍ବାଚକୁ ଆହୁରି ଦୁଇ ବର୍ଷ ବାକି ଅଛି। କିନ୍ତୁ ନୀତିଶ କୁମାର ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ଜାରି କରାଯାଇଥିବା ପୋଷ୍ଟର ମାଧ୍ୟମରେ ସୂଚିତ କରାଉଛି। ତେବେ ନୀତିଶ ବର୍ତ୍ତମାନ ମହାଗଠବନ୍ଧନ ସହିତ ଅଛନ୍ତି। ସେ ବର୍ତ୍ତମାନ ସାରାଦେଶର ବିରୋଧୀ ଦଳ ଗୁଡିକୁ ଏକଜୁଟ କରିବା ଲାଗି ଉଦ୍ୟମ କରୁଥିବା ରାଜ୍ୟରେ ଚର୍ଚ୍ଚା ହେଉଛି। କେସିଆର ବିହାରରୁ ଫେରିବା ମାତ୍ରେ ନୀତିଶ ୨୦୨୪ ଆଡକୁ ନିର୍ଦ୍ଦେଶ କରିଥିଲେ। ତେବେ ନୀତିଶ ଏଥିପାଇଁ ସାରାଦେଶ ଭ୍ରମଣରେ ଯାଉଛନ୍ତି। କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ବାତାବରଣ ସୃଷ୍ଟି କରିବା ସହ ବିରୋଧୀ ଦଳ ଗୁଡିକୁ ଏକତ୍ରିତ କରି ଶକ୍ତି ପ୍ରଦର୍ଶନ କରିବାକୁ ନୀତଶ ପ୍ରୟାସ କରୁଥିବା ଜଣାଯାଇଛି।

Related posts

ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଳୀରେ ସ୍ଥିତି ସଂଗୀନ

mahabharatanews

ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଆଜି ପୁଣି ୪୯ ସାଂସଦ ନିଲମ୍ବିତ

mahabharatanews