ଅପରାଧଭାରତ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଛୋଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗିଥିବା କଏଦୀଙ୍କୁ ଖଲାସ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଛୋଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗିଥିବା କଏଦୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ବୟାନ ଦେଇଛନ୍ତି। ଛେଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗୁଥିବା କଏଦୀ ଯଦି ଅଧା ଜେଲ ଦଣ୍ଡ ଭୋଗି ସାରିଥାନ୍ତି ତାହାଲେ ଖଲାସ କରିଦେବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ ସାତ ବର୍ଷ କିମ୍ବା ତା ଠାରୁ କମ ଜେଲ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ଖଲାସ କରାଯିବ। ପ୍ରାବଧାନ ବା ପ୍ଲି ବାର୍ଗେନିଂ ବ୍ୟବସ୍ଥାରେ ଏମାନଙ୍କୁ ମୁକ୍ତ କରାଯିବ। ଓଡି଼ଶା ସମେତ ଦିଲ୍ଲୀ, ଗୁଜୁରାଟ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଓ ଛତିଶଗଡ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଯେଉଁମାନେ ଅପରାଧର ଅଧା ଦଣ୍ଡ ଭୋଗି ସାରିଛନ୍ତି ସେପରି ଛୋଟ ଅପରାଧୀଙ୍କୁ ଚିହ୍ନଟ କରିବାକୁ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବା, ଅଦାଲତ ଗୁଡିକରେ ମକଦ୍ଦମାର ବୋଝ ଓ ଅପିଲ ଗୁଡିକର ଫଏସଲା ପାଇଁ ସମୟ ସାରଣୀକୁ ଦୃଷ୍ଟିରେ ରଖି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୪ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

Related posts

୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତ

mahabharatanews

ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ଆକ୍ରାନ୍ତ ଚିହ୍ନଟ ଓ ୨୭୮ ଜଣ ମୃତ

mahabharatanews