ଭାରତ

ରାଜପଥର ନାମ ବଦଳି ହେଲା କର୍ତ୍ତବ୍ୟ ପଥ

ନୂଆଦିଲ୍ଲୀ : ରାଜପଥ ନୁହେଁ କର୍ତ୍ତବ୍ୟ ପଥ । ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗଟେ ପର୍ଯ୍ୟନ୍ତ ଥିବା ସଡକକୁ ଏବେ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ । ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।

ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏବେ ରାଜପଥ ନୁହେଁ ବରଂ କର୍ତ୍ତବ୍ୟ ପଥ ବୋଲି କୁହାଯିବ । ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି କି ଏନଡିଏମସି ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏବେ ଏନେଇ ଏକ ଅଧିସୂଚନା ଜାରି କରାଯିବ । ଏହାପରେ ଅନୁମତି ମିଳିବା ପରେ ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପୁରା କ୍ଷେତ୍ରକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ ।

Related posts

ଜେଡିୟୁ ଲାଗିଲା ଶକ୍ତ ଝଟକା

mahabharatanews

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟଣା, ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

mahabharatanews

ଆଜି ରେଇନି ଡେ

mahabharatanews