Accidentଓଡିଶାଦୁର୍ଘଟଣା

କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍‌

ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇଲେ ଫାୟାରମ୍ୟାନ୍‌ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ। ମୃତକ ଜଣକ ହେଉଛନ୍ତି ଜୟନ୍ତ ଧାରୁଆ । ସୂଚନାମୁତାବକ , ଜୟନ୍ତ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁରରେ ବୋଲି ଜଣାଯାଇଛି।

ଏଠାରେ ସେ ଜଣେ ଶୃଙ୍ଖଳିତ କର୍ମଚାରୀ ରୂପେ ପରିଚିତ ଥିଲେ। ସେ ଗତକାଲି ରାତିରେ ସାଥୀ ଷ୍ଟାଫଙ୍କ ସହ କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇ ଥିଲେ ଧାରୁଆ। ।ପରେ ଏକ ଶବ୍ଦ ଶୁଣି ସାଥି କର୍ମଚାରୀ ଧାଇଁ ଯାଇଥିଲେ।ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛାତ କଡ଼ରେ ଜୟନ୍ତ ପଡିଥିବାର ଦେଖି ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ତାଙ୍କ ସହକର୍ମୀଙ୍କ କହିବାନୁଯାୟୀ , ଜୟନ୍ତ ଜଣେ ଭଲ କର୍ମଚାରୀ ରୂପେ ଗଣା ହେଉଥିଲା। ଗତ କିଛି ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା। ହେଲେ ସେ କିପରି ଓ କେଉଁଠୁ ପଡ଼ିଲେ ନା ଅନ୍ୟମନସ୍କ ହେତୁ ଏପରି ଅଘଟଣ ହୋଇଛି ତାହା ପୋଲିସ ତଦନ୍ତ ପରେ ଜଣା ପଡିବ । ତେବେ କେଉଁ କାରଣରୁ ଅନ୍ୟମନସ୍କ ରହୁଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଅଗ୍ନିଶମ ବିଭାଗରେ ଜୟନ୍ତ ଧାରୁଆଙ୍କ ମୃତ୍ୟୁ ପରେ ଶୋକର ବାତାବରଣ ଖେଳିଯାଇଛି ।

 

Related posts

ସମବାୟ ସମିତି ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଆରମ୍ଭ

mahabharatanews

ଆଜି ଅକ୍ଷୟ ତୃତୀୟା; ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ

mahabharatanews

ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତ

mahabharatanews