ଭାରତ

ସଡକ ପରିବହନ ମନ୍ତ୍ରୀଙ୍କ ବଡ ସୂଚନା

ଇଲେକ୍ଟ୍ରି ଯାନ ଲାଗି ତିଆରି ହେବ ସ୍ୱତନ୍ତ୍ର ରାଜପଥ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ନଜରରେ ରଖି ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିକ ଯାନ ପ୍ରତି ଅହେତୁକ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୋତ୍ସାହନ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ସୂଚନା ଦେଇଛନ୍ତି। ବିଦ୍ୟୁତ ଚାଲିତ ଯାନ ଲାଗି ଏକ ସ୍ୱତନ୍ତ୍ର ରାଜମାର୍ଗ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଚାଲିଛି ବୋଲି ଶ୍ରୀ ଗଡକରୀ କହିଛନ୍ତି। ରାଜମାର୍ଗ ଗଡିକ ଏପରି ଭାବେ ନିର୍ମାଣ ହେବ ଯାହା ଫଳରେ ବିଦ୍ୟୁତ ଚାଲିତ ଯାନ ଗୁଡିକ ମଧ୍ୟ ଚାର୍ଜ କରାଯାଇପାରିବ। ଏଥିପାଇଁ ପ୍ରାକୃତିକ ସମ୍ପଦର ଅପଚୟ ହେବ ନାହିଁ ବରଂ ପ୍ରଦୂଷଣରୁ ରୋକାଯାଇ ପାରିବ ବୋଲି ଶ୍ରୀ ଗଡକରୀ କହିଛନ୍ତି। ସମ୍ପୃକ୍ତ ରାଜମାର୍ଗରେ ବିଦ୍ୟୁତ ଚାଲିତ ଯାନ ଗୁଡିକ ଚଳାଇବା ପାଇଁ ବହୁତ ସହଜ ହେବ। ଏହାଛଡା ରାଜମାର୍ଗର ସ୍ଥାନେ ସ୍ଥାନେ ଗାଡି ଗୁଡିକ ଚାର୍ଜ କରିବା ପାଇଁ ଚାର୍ଜିଂ ପଏଣ୍ଟ ରଖାଯିବ। ଏଥିପାଇଁ ରାଜମାର୍ଗ ଉପରେ ଓଭରହେଡ ବିଦ୍ୟୁତ ଯୋଗାଣର ବି ବ୍ୟବସ୍ଥା କରାଯିବ। ଏହାଫଳରେ ସମ୍ପୃକ୍ତ ରାସ୍ତାରେ ଚଳାଚଳ କରୁଥିବା ବିଦ୍ୟୁତ ତାର ଗୁଡିକ ଯେଭଳି କୌଣସି ପରିସ୍ଥିତିରେ ଚାର୍ଜିଂର ଅସୁବିଧା ନଭୋଗନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀ ଗଡକରୀ କହିଛନ୍ତି।

Related posts

ଜରୁରୀ କାଳୀନ ଅବତରଣ କଲା ଭାରତୀୟ ହେଲିକପ୍ଟର 

mahabharatanews

ଅଯୋଧ୍ୟାରେ ପ୍ରବଳ ଭିଡ଼, ବଢ଼ିଲା ଦର୍ଶନ ସମୟ

mahabharatanews

ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ଦିଦି

mahabharatanews