ଓଡିଶାପର୍ବ ପର୍ବାଣି

 ମନ୍ଦିର ବାହାରୁ ନଡ଼ିଆ ଓ କଦଳୀ ନେଇ ଭୋଗ କରି ପାରିବେ ଭକ୍ତ

ପୁରୀ / ଜୟନ୍ତ କୁମାର ସେଠୀ : ଖବର ପ୍ରସାରଣ ପରେ ହଟିଲା କଟକଣା, ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ । କାକଟପୁର ମା ମଙ୍ଗଳା ମନ୍ଦିର ଭିତରକୁ ବାହାରୁ ନଡ଼ିଆ ଓ କଦଳୀ ନେଇ ପୂଜା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଅଘୋଷିତ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା। ଯାହା ଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବା ପାଇଁ ଦାବୀ କରିଥିଲେ । ଦାବୀ ପରେ ଆଜି ଠାରୁ ପୁଣି ଥରେ ଭକ୍ତ ମନ୍ଦିର ବାହାରୁ ନଡ଼ିଆ ଓ କଦଳୀ ନେଇ ଭୋଗ କରି ପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିର ସେବାୟତ ଓ ଭକ୍ତ।

Related posts

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପାଳୁଛି ୧୩ତମ ଦୀକ୍ଷାନ୍ତ ଉତ୍ସବ

mahabharatanews

ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

mahabharatanews