ଭାରତ

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଆଜିଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ନିଜସ୍ୱ ପ୍ଲାଟଫର୍ମରେ ହେବ ଏହି ସିଧାପ୍ରସାରଣ। ପ୍ରାରମ୍ଭିକ ଭାବେ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ହେବ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଗତ ମଙ୍ଗଳବାର ଫୁଲ କୋର୍ଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ଶୁଣାଣିକୁ webcast.gov.in/scindia/ ୱେବସାଇଟ୍ ମାଧ୍ୟମରେ ଦେଖାଯାଇପାରିବ ।

ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ହାଇକୋର୍ଟଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଂ ହେଉଛି। ଚଳିତ ବର୍ଷ ଅଗଷ୍ଟ ୨୬ରେ ପୂର୍ବତନ ପ୍ରଧାନ ବିଚାରପତି ଏନ ଭି ରମନାଙ୍କ ଅବସର ଦିନ ତାଙ୍କ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଂ ହୋଇଥିଲା। ଏକ ମାମଲାର ଶୁଣାଣି କରି ୪ ବର୍ଷ ତଳେ ପ୍ରୋସିଡିଙ୍ଗର ଲାଇଭ ଷ୍ଟ୍ରିମିଂ ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।

Related posts

ରାଜ୍ୟସଭା ସାଂସଦଙ୍କ ଶପଥ ପାଠ

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews

ରନଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ନିରାପଦ

mahabharatanews